ବାଲେଶ୍ୱର : ଶସ୍ତା ହେଲା ଆଳୁ । ଟ୍ରକ ପହଞ୍ଚୁ ପହଞ୍ଚୁ ବୋହିନେଲେ ଆଳୁ ବସ୍ତା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱରର ରେମୁଣା ହାତିଆଗଣ୍ଡ ଅଞ୍ଚଳରେ । ବସ୍ତା ଆଳୁ ୩ଶହ ଟଙ୍କାରେ ପାଇ ଲୋକମାନେ ବୋହି ନେଇଥିଲେ । ସକାଳୁ ସକାଳୁ ଦୁଇ ଟ୍ରକ ଆଳୁ ବିକ୍ରି ହୋଇଛି । ଗୋଟେ ବସ୍ତା ଦୁଇ ବସ୍ତା ଯିଏ ଯେତିକି ପାରିଲା ନେଇଗଲା। କିଏ ଗାଡ଼ି ଆଗରେ ରଖି ତ ଆଉ କିଏ ପଛରେ ବସ୍ତା ବାନ୍ଧି ନେଇଗଲେ ଆଳୁ। ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳରେ ଅଧିକ ଉତ୍ପାଦନ ଯୋଗୁ ଶସ୍ତା ରହିଛି ଦର ।