ଜଣେ କି ଦୁଇଜଣ ନୁହେଁ ଏୟାରଷ୍ଟ୍ରାଇକ୍ ରେ ୫୫ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ

0

ପୁଣି ଥରେ ଏୟାରଷ୍ଟ୍ରାଇକ୍ ପାଇଁ ଥରିଲା ଗାଜା । ଇସ୍ରାଏଲ୍ ର ବଡଧରଣର ଏୟାରଷ୍ଟ୍ରଇକ୍ ରେ ୫୫ରୁ ଉଦ୍ଧ୍ୱର୍ ପାଲେଷ୍ଟାଇନ ନାଗରିକ ମୃତ ହୋଇଥିବା ସୂଚନା । ଗାଜା ସହର ସ୍ଥିତ ଏକ ବିସ୍ଥାପିତ କେନ୍ଦ୍ରକୁ ଇସ୍ରାଏଲ ଟାର୍ଗେଟ କରିଥିଲା । ଆନ୍ତର୍ଜାତୀୟ ସଂଗଠନର ଚାପ ସତ୍ତ୍ବେ ଅମାନିଆ ଇସ୍ରାଏଲ କରିଚାଲିଛି ଆଟାକ୍ । ତେବେ ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିବା ସୂଚନା ରହିଛି ।
ସୂଚନା ଯୋଗ୍ୟ ଯେ, ହମାସ ୨୦୨୩ ମସିହା ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ସେହି ଆକ୍ରମଣରେ ପ୍ରାୟ ୧୩୦୦ ଲୋକଙ୍କର ଜୀବନ ଯାଇଥିଲା । ସେବେଠାରୁ ହମାସ – ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ଲଗାତାର ଗାଜା ଉପରେ ଆକ୍ରମଣ କରୁଛି ।