ବିଜେଡି ବିଧାୟକଙ୍କୁ ବିରୋଧ

0

( ଭୁବନେଶ୍ୱର / ଆଦର୍ଶ ରାଉତ): ନିର୍ବାଚନକୁ ନେଇ ରାଜ୍ୟର ସମସ୍ତ ଦଳ ଗୁଡିକ ମଧ୍ୟରେ ଦେଖିବାକୁ ମିଳିଛି ବିରୋଧର ସ୍ୱର । ଏହି ପରିପ୍ରେକ୍ଷରେ ନୀବନ ନିବାସ ସମ୍ମୁଖରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ସ୍ଥାନୀୟ ବିଧାୟଙ୍କୁ ହଟାଇ ନୂତନ ପ୍ରାର୍ଥୀ ଦେବା ପାଇଁ ନାରାବାଜି କରିଥିଲେ । ବଡମ୍ବା ନରସିଂହପୁରରୁ କିଛି ଲୋକ ସ୍ଥାନୀୟ ବିଧାୟକ ଦେବୀ ମିଶ୍ରଙ୍କୁ ହଟାଇ ନୂଆ ପ୍ରାର୍ଥୀ ଦେବାକୁ ନାରାବାଜି କରିଥିଲେ । ସେହିପରି ଭାବେ ଆନନ୍ଦପୁର ନିର୍ବାଚନୀ ମଣ୍ଡଳୀର ବିଧାୟକ ଥିବା ମାୟାଧର ଜେନାଙ୍କୁ ପରିବର୍ତ୍ତନ କରି ନୂଆ ପ୍ରାର୍ଥୀ ଦିଆଯାଉ ଓ ପାଲଲହଡା ଅଞ୍ଚଳରୁ କିଛି ଲୋକ ଆସି ପାଲଲହଡା ବିଧାୟକ ମହେଶ ସାହୁଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।