ବରୀ: ବରୀ ବ୍ଲକ ଜମୁଡିହ ବ୍ରାହ୍ମଣ ସାହି ନିକଟରେ ବେଆଇନ ଭାବେ ଲଗାଯାଇଥିବା ଇଟାଭାଟିକୁ ବରୀ ତହସିଲ ପ୍ରଶାସନ ବରୀ ଦମକଳ ଓ ବରୀ ପୋଲିସ ର ଉପସ୍ଥିତରେ ପାଣି ପକାଇ ଲିଭାଇ ନଷ୍ଟ କରା ଯାଇଥିବା ଦେଖିବାକୁ ମିଳିଛି । ଡ଼ହ ଡ଼ହ ଖରାରେ ନିଆଁଦିଆ ଯାଇଥିବା ବେଆଇନ ଇଟାଭାଟିକୁ ଦମକଳ ଦ୍ଵାରା ଲିଭାଇଲା ବରୀ ତହସିଲ ପ୍ରଶାସନ ।ବର୍ତ୍ତମାନ ଯାହା ଆସିଛି ଗୁରୁତ୍ଵ ପୂର୍ଣ୍ଣ ଖବର ସୂଚନା ଅନୁଯାୟୀ ଗ୍ରୀଷ୍ମ ପ୍ରଭାବରେ ଲୋକମାନେ ଡହଳ ବିକଳ ହେଉଥିବା ବେଳେ ଅରୁଆଳ ଗ୍ରାମର ଅବତାର ଖାଁ ଏକ ଇଟା ଭାଟିକୁ ଗତ ରବିବାର ମଧ୍ୟାହ୍ନ ସମୟରେ ନିଆଁ ଲଗାଇଥିଲେ। ଏହି ଭାଟିରୁ ପ୍ରବଳ ଧୁଆଁ ଓ ଉତାପ ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକେ ନାହିଁ ନଥିବା ଡ଼ହଳ ବିକଳ ହେବା ସହ କିଛି ଅଣନିଶ୍ୱାସୀ ମଧ୍ୟ ହୋଇ ପଡ଼ିଥିଲେ ।ସ୍ଥାନୀୟ ସାମ୍ବାଦିକ ସଂଯତ କୁମାର ମହାନ୍ତି ମଧ୍ୟ ସ୍ବାଶ ରୁଧ ହୋଇ ସନ୍ଧ୍ୟା ସମୟରେ ୧୦୮ଆମ୍ବୁଲାନ୍ସ ରେ ବରୀ ରାମଚନ୍ଦ୍ରପୁର ଡାକ୍ତରଖାନା ରେ ଅମ୍ଳଜାନ ଚିକିତ୍ସା ଦ୍ୱାରା ସମ୍ୟକ ସୁସ୍ଥ ହୋଇଥିଲେ। ପରେ ଏ ବିଷୟରେ ବରୀ ତହସିଲଦାର ଙ୍କୁ ଅବଗତ କରାଇବା ପରେ ଅଭିଯୋଗ ପାଇ ବରୀ ତହସିଲଦାର ଶ୍ରୀମତି ତିଳୋତମା ପୃଷ୍ଟି ଆଜି ମଧ୍ୟାହ୍ନ ସମୟରେ ପହଁଚି ଦମକଳ ବାହିନୀ ଦ୍ୱାରା ଇଟାଭାଟିକୁ ସମ୍ପୂର୍ଣ୍ଣ ଭାବେ ଲିଭାଇଥିଲେ ।ଏହି ଇଟା ଭାଟିର ମାଲିକ ଙ୍କ ପ୍ରତି ଆଇନି ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ତହସିଲଦାର ଶ୍ରୀମତି ପୃଷ୍ଟି କହିଛନ୍ତି ଓ ଅନ୍ୟମାନେ ଏପରି ବେଆଇନ କାର୍ୟ୍ୟ ନକରିବାକୁ ମଧ୍ୟ ତାଗିତ କରିଛନ୍ତି ।