ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ଲୋକକଳା ଓ ସସ୍କୃତି କୁ ବଜାଇ ରଖିବା ପାଇଁ ରାୟଗଡା ଜିଲ୍ଲା ବିଷମ କଟକ ଠାରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚଇତି-୨୦୨୪ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଗୁରୁମୁର୍ତ୍ତି ପଡିଆ ପରିସରରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବିଷମ କଟକ ବିଧାୟକ ନୀଳମାଧବ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିୟ ଅତିଥି ଭାବେ ରାୟଗଡା ବିଧାୟକ ଆପଲାସ୍ୱାମୀ କାଡ୍ରାକା ଯୋଗଦେଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଥମେ ମା ମନ୍ଦିରରେ ପୁଜାର୍ଟନା ପରେ ସକାଳୁ ୯ ଘଣ୍ଟା ସମୟରେ ମନ୍ଦିରରୁ କଳସ ଶୋଭାଯାତ୍ରାରେ ବାହାରି ବାଜା ବାଜେଣି ସହ ପାରମ୍ପରିକ ନୃତ୍ୟ ସହ ସହର ପରିକ୍ରମା କରି ଆୟୋଜିତ ଆଇଓବି ବେଙ୍କ ପଛପଟ ଗୁରୁମୂର୍ତି ପଡିଆକୁ ଶୋଭାଯାତ୍ରା ପହଞ୍ଚିଥିଲା ସେଠାରେ ଦିନ ତମାମ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ସନ୍ଧ୍ୟାରେ ଅଞ୍ଚଳର ବିଭିନ୍ନ ଲୋକକଳା ଓ ପାରମ୍ପରିକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ସିତୁଆ ସନ୍ଧ୍ୟାରେ ଏହି ପାରମ୍ପରିକ କାର୍ଯ୍ୟକ୍ରମ କୁ ଦେଖବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଶେଷରେ କାର୍ଯ୍ୟକ୍ରମରେ ଭାଗନେଇଥିବା ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ସହ ମନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ରେ ଅତିଥି ଭାବେ କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଦୁର୍ଗା ପଣ୍ଡା,ବିଏସ୍ ପି ଜିଲ୍ଲା ସଭାପତି ଜିତୁ ଜାକାସିକା, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,ସ୍ଥାନୀୟ ତହସିଲଦାର କେ. ଭେଙ୍କଟେଶ୍ୱର ରେଡ୍ଡୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାଏକ, ସ୍ଥାନୀୟ ଏମ୍ ପି ରିପ୍ରେଜେଣ୍ଡିବ ତଥା ବରିଷ୍ଠ ଓକିଲ ଦିଲ୍ଲୀପ କୁମାର ପଟ୍ଟନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଯସଦା ହୁଇକା,ଜିଲ୍ଲା ପଶିଷଦ ସଦସ୍ୟ ସୁଜାତା କାଡ୍ରାକା ଓ ବିଜୟ ଶାନ୍ତି କୁମୁରିକ।
ଉପ ଉପାଧ୍ୟକ୍ଷ ଦେବି ପ୍ରସାଦ ପଟ୍ଟନାୟକ,ବିଷମକଟକ ଥାନା ଅଧିକାରୀ ସୂଜ୍ୟଚନ୍ଦ୍ର ପାଢି ପ୍ରମୁଖ ଯୋଗଦେଇଥିଲେ | ସୁବ୍ୟବସ୍ଥା ସହ କାର୍ଯ୍ୟକ୍ରମ କୁ ସଫଳ ଆୟାଜନ କ୍ଷେତରେ ବ୍ଲକ୍ ପ୍ରଶାସନ ପ୍ରମୁଖ ଭୂମିକା ନିଭାଇଥିଲା ।