ବ୍ୟୁରୋ: ଭାରତୀୟ ସେନା ପାଇଁ ପ୍ରଥମ ପ୍ରଳୟ ଟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ ରେଜିମେଣ୍ଟ ଗଠନ ପାଇଁ ଅନୁମତି ଦେଇଛି । ଏହାକୁ କ୍ଷେପଣାସ୍ତ୍ର ନୁହେଁ ବରଂ ଆତଙ୍କବାଦୀଙ୍କ ମୃତ୍ୟୁଦୁତ ଭାବେ ବିବେଚନା କରାଯାଉଛି । ପ୍ରଳୟ କ୍ଷେପଣାସ୍ତ୍ର ହେଉଛି ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶ ଏବଂ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପଣ ହେଇ ପାରୁଥିବା କ୍ଷେପଣାସ୍ତ୍ର । ଏହାର ରେଞ୍ଜ ୧୫୦ ରୁ ୫୦୦ କିଲୋମିଟର ଅଟେ । ପ୍ରଳୟର ଗତି ଘଣ୍ଟାପ୍ରତି ୧୨୦୦ କିଲୋମିଟର ଏବଂ ବେଗ ଘଣ୍ଟା ପ୍ରତି ୨୦୦୦ କିଲୋମିଟର ପର୍ୟ୍ୟନ୍ତ ବୃଦ୍ଧି କରାଯାଇପାରେ । ଆକାଶରୁ ଭୂପୃଷ୍ଟକୁ ପଡ଼ିବାବେଳେ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଏହାର ବେଗ ବହୁତ ବୃଦ୍ଧି ପାଇଥାଏ । ଏହି କ୍ଷେପଣାସ୍ତ୍ର ୨୦୨୧ ଡିସେମ୍ବର ମାସରେ ୨୪ ଘଣ୍ଟା ମଧ୍ୟରେ ଦୁଇଥର ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ଚୀନ୍ ଏବଂ ପାକିସ୍ଥାନ ସୀମାରେ ନିୟୋଜିତ ହେବା ଯୋଗୁଁ ଉଭୟ ଦେଶ ଆଗକୁ ବଢିବାକୁ ସାହସ କରିବେନାହିଁ । ଯଦି ଏହା ସୀମା ନିକଟରୁ ପ୍ରକ୍ଷେପଣ କରାଯାଏ ତେବେ ବଙ୍କର, ତୋପ, ସାମରିକ ବେସ କିମ୍ବା ପାକିସ୍ତାନର ଅସ୍ତ୍ରଶସ୍ତ୍ର ଡିପୋ ଧ୍ୱଂସ କରିବାକୁ ବେଶି ସମୟ ଲାଗିବନି। ତେବେ ପୂର୍ବତନ ଚିଫ ଡିଫେନସ ଷ୍ଟାଫ ବିପିନ ରାୱତଙ୍କର ଏହା ପରିକଳ୍ପନା ଥିଲା । ଗତ ବର୍ଷ ଡିସେମ୍ବରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ପ୍ରଳୟ କ୍ଷେପଣାସ୍ତ୍ରର ଏକ ୟୁନିଟକୁ ମଞ୍ଜୁରୀ ଦେଇଥିଲା ।