ରାଇରଙ୍ଗପୁର /ସତ୍ୟାନାରୟଣ ପାଲ: ବିଶୋଇ ଅଂଚଳରେ କାଳବୈଶାଖୀ ଵିତ୍ପାତରେ ବହୁ ପଶୁପକ୍ଷୀ ମୃତାହତ l ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ବିଭିନ୍ନ ଗ୍ରାମରେ ଵହୁ ଗୃହ ପାଳିତ ପଶୁ ଓ ପକ୍ଷୀ ଙ୍କର କ୍ଷୟକ୍ଷୀତି ଆକଳନ କରି ରାଇରଙ୍ଗପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରାମ ମୋହନ ରାୟ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି l
ଏହି କ୍ଷିୟକ୍ଷିତି ଆକଳନ ରେ ରାଇରଙ୍ଗପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରାମ ମୋହନ ରାୟ ଙ୍କ ନେତୃତ୍ୱ ରେ ଏକ ଡାକ୍ତରୀ ଦଳ ବିଶୋଇ ବ୍ଲକର ୧୫ ରୁ ଉର୍ଦ୍ଧ୍ବ ଗାଁରେ ଘର ଘର ବୁଲି ପଶୁ ଓ ପକ୍ଷୀଙ୍କ କ୍ଷିୟକ୍ଷିତି ର ଆକଳନ କରି ଉପଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି l
ଏହାପରେ ସରକାର ସେମାନଙ୍କ କ୍ଷୟକ୍ଷତି ଭରଣା ପାଇଁ ସରକାରୀ ସହାୟତା ଯୋଗାଇଵେ । ତଦସହ ପ୍ରାଣୀ ଚିକିତ୍ସାଳୟ ବିଭାଗ ତରଫରୁ ଆହତ୪୫ ଟି ଗାଈ ଏବଂ ଗୋରୁ, ୧୭୯ ଟି ଛେଳି ଓ ଘୁଷୁରୀ କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ।