ନୋରା ଫତେହିଙ୍କ ମ୍ୟୁଜିକ ଭିଡ଼ିଓ ପେଟେଟା ରିଲିଜ , ମଚେଇଲା ଧୁମ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ମୋରୋକାନ ବ୍ୟୁଟି ନୋରା ଫତେହିଙ୍କ ମ୍ୟୁଜିକ ଭିଡ଼ିଓ ପେଟେଟା ରିଲିଜ ହୋଇଛି । ଆପଣ ଜାଣନ୍ତି କି ଏହି ମ୍ୟୁଜିକ ଭିଡ଼ିଓ ଲଂଚ ହେବା ପୂର୍ବରୁ ହିଁ ୟୁଟ୍ୟୁବରେ ନିଆଁ ଲାଗିଯାଇଥିଲା । ଏହି ଗୀତକୁ ନିର୍ଦ୍ଦେଶନା କରିଛନ୍ତି ଆବଡ଼େରାଡିଫିଆ ଏଲ ଅବଦ୍ୟୁଇ ।
ଏଥିରେ ନୋରାଙ୍କ ଗଜବ ଅନ୍ଦାଜ ଦେଖିବାକୁ ମିଳିଛି । ନୋରା ଆପଣଙ୍କୁ ବାର୍ବିଙ୍କ କଥା ମନେ ପକାଇ ଦେଇଛନ୍ତି । ଏହି ଗୀତରେ ନୋରାଙ୍କ ଜବରଦସ୍ତ ଡ଼ାନ୍ସ ମଧ୍ୟ ଦେଖିବାକୁ ମିଳିଛି । ଏହି ଗୀତକୁ କୋରିଓଗ୍ରାଫ୍ରି କରିଛନ୍ତି ରଜିତ ଦେବ ଏବଂ ଗୀତରେ ଲିରିକ୍ସ ଦେଇଛନ୍ତି ରେଭାନି , ରାଜା କୁମାର, ଅମାର ବାଜ, ଇବ୍ରାହମ ବାଗାସ । ଏହା ନୋରାଙ୍କ ଦ୍ୱୀତୀୟ ଇଂଟରନ୍ୟାସନାଲ ଟ୍ରାକ । ସେ ମଧ୍ୟ କିଛି ମାତ୍ରାରେ ଏହି ଗୀତରେ ନିଜ କଣ୍ଠ ଦାନ କରିଛନ୍ତି ।
ନୋରା ଶେଷଥର ପଛତାଓଗୋ ଆଲବମରେ ବିକ୍କି କୌଶଲ ନଜର ଆସିଥିଲେ । ଏହି ଗୀତକୁ ଗାଇଥିଲେ ଅରିଜିତ ସିଂ , ଯାହା ଏବେ ସୋସିଆଲ ମିଡ଼ିଆରେ ଏବେ ପର୍ଯ୍ୟନ୍ତ ଧମାଲ ମଚାଇବାରେ ଲାଗିଛି । ଏହାବ୍ୟତୀତ ତାଙ୍କ ଅଭିନୀତ ଫିଲ୍ମ ସତ୍ୟମେବ ଜୟତେ ର ଦିଲବର ୨୦୧୮ରେ ଜବରଦସ୍ତ ଧମାଲ କରିଥିଲା । ନୋରା କୋରିଓଗ୍ରାଫର ତଥା ରେମୋ ଡ଼ିସୁଜାଙ୍କ ଫିଲ୍ମ ଷ୍ଟ୍ରିଟ ଡ଼ାନ୍ସର ୩ ଡ଼ି ରେ ନଜର ଆସିବେ ।