ସୋନପୁର ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯିବା ନେଇ କ୍ରିୟାନୁଷ୍ଠାନ କମିଟି ତରଫରୁ  ନିବେଦନ

0

 ସୋନପୁର/ ଓମ ପ୍ରକାଶ ମିଶ୍ର:  ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କର। ସୋନପୁର ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯିବା ନେଇ କ୍ରିୟାନୁଷ୍ଠାନ କମିଟି ତରଫରୁ  ନିବେଦନ କରାଯାଇଛି ଯେ, ସୋନପୁର ସହର ରେ ଥିବା ପୁରୁଣା ବସଷ୍ଟାଣ୍ଡ ରେ ନିର୍ଦ୍ଧାରିତ ପ୍ଲାନ୍ ରେ ଅତ୍ୟାଧୁନିକ ନୂଆଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିବା ଦାବୀରେ ଆସନ୍ତା  କାଲି ମଙ୍ଗଲବାର ୧୯/୧୧/୨୪ ତାରିଖ ଦିନ ସୋନପୁର ପ୍ରେମୀ ଜନ ସାଧାରଣ ଙ୍କ ଏକ ବିଶାଳ ଶୋଭାଯାତ୍ରା ମା ସୁରେଶ୍ବରୀ ମନ୍ଦିର ପ୍ରାଙ୍ଗଣ ରୁ ଦିବା୧୦ ଘଟିକା ସମୟ ରେ ଜିଲ୍ଲାପାଳ ଙ୍କ ଅଫିସ୍      ଯାଇ ଜିଲ୍ଲାପାଳ ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ଦିଆଯିବ।ସୋନପୁର ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ସୋନପୁର ଜନ ସାଧାରଣ ଙ୍କୁ ଅନୁରୋଧ କରାଯାଇଛି ଏହି ବିଶାଳ ଶୋଭାଯାତ୍ରା ବାହାରି ଏକ ଦାବିପତ୍ର ଦିଆଯିବ l