ଭୁବନେଶ୍ୱର: କିଛି ଦିନର ସ୍ଥିରତା ପରେ ପୁଣି ବଢିବାକୁ ଯାଉଛି ତୈଳ ଦଳ । ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର । ହେଲେ ଅଶୋଧିତ ତୈଳ ଦର ବୃଦ୍ଧି ହିସାବରେ ବୃଦ୍ଧି ହୋଇନି ପେଟ୍ରୋଲ ଡିଜେଲ ଦର । ଯାହାଫଳରେ କ୍ଷତି ସହୁଛି ତୈଳ କମ୍ପାନୀ । ମେ’ ୨୧ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ରାଷ୍ଟ୍ରିୟ ବଜାରରେ ତେଳ ଦର ସ୍ଥିର ରହିଛି । ଏବେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ବା ଅଶୋଧିତ ତୈଳର ଦର ପ୍ରତି ବ୍ୟାରେଲ ୧୨୧.୨୮ ଡଲାର ରହିଛି ।
ଅଶୋଧିତ ତୈଳର ଦର ଲଗାତାର ବୃଦ୍ଧି ହେଉଥିବାରୁ ସରକାରୀ ତେଲ କମ୍ପାନୀ ଗୁଡିକ କ୍ଷତି ସହୁଛନ୍ତି । ହେଲେ କେନ୍ଦ୍ର ସରକାର ତୈଳ ଦର ଉପରୁ ଏକ୍ସାଇଜ୍ ଡ୍ୟୁଟି ହଟାଇବା ପରେ ସାଧାରଣ ଜନତାଙ୍କୁ ସାମାନ୍ୟ ଆସ୍ୱସ୍ଥି ମିଳିଛି ।
ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଦିଲ୍ଲୀରେ ପେଟ୍ରୋଲ ଡିଜେଲ ଦର କମ୍ ରହିଛି । କାରଣ କେନ୍ଦ୍ର ସରକାର ତୈଳ ଦର ଉପରୁ ଟ୍ୟାକ୍ସ ହ୍ରାସ କରିବା ପରେ କେଜ୍ରିୱାଲ ସରକାର ମଧ୍ୟ ତେଲ ଉପରୁ ଶୁଳ୍କ ହ୍ରାସ କରିଥିଲେ । କୋଲକତାରେ ପେଟ୍ରୋଲ ୧୦୬.୦୩ ଡିଜେଲ ୯୨.୨୭ ପାଇସା ରହିଥିବା ବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ୯୬.୭୨ପଇସା ରହିଛି । ସେହିପରି ଓଡିଶାରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର ।