ଦିଲ୍ଲୀର ପେଟ୍ରୋଲ ପମ୍ପରେ ୧୫ ବର୍ଷ ପୁରୁଣା ଗାଡିଗୁଡିକୁ ଇନ୍ଧନ ଦିଆଯିବ ନାହିଁ

0

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ପରେ ମିଳିବନି ପେଟ୍ରୋଲ । ଏଭଳି ନିୟମ ଆଣିଛନ୍ତି ଦିଲ୍ଲୀ ସରକାର । ପୁରୁଣା ଗାଡିଗୁଡିକୁ ପେଟ୍ରୋଲ ପମ୍ପରେ ଆଉ ପେଟୋଲ ମିଳିବନି । ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଗୁଡିକ ପାଇଁ ଏହି ନିୟମ କରିଛନ୍ତି ଦିଲ୍ଲୀ ସରକାରୀ ।


ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ଲାଗି ଅଧିକାରୀଙ୍କ ସହ ଏକ ବୈଠକ ପରେ ନୂଆଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା କରିଛନ୍ତି ଯେ, ମାର୍ଚ୍ଚ ୩୧ ପରେ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡିକରେ ୧୫ ବର୍ଷ ପୁରୁଣା ଗାଡିଗୁଡିକୁ ଇନ୍ଧନ ଦିଆଯିବ ନାହିଁ ।

ସରକାର ଯାନବାହାନ ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି । ଆମେ ପେଟ୍ରୋଲ ପମ୍ପ ଗୁଡିକରେ ଏପରି ଗ୍ୟାଜେଟ ସ୍ଥାପନ କରୁଛୁ ଯାହା ୧୫ ବର୍ଷର ପୁରୁଣା ଯାନଗୁଡିକୁ ଚିହ୍ନଟ କରିବ ।ଏବଂ ସେଗୁଡିକୁ ଇନ୍ଧନ ଦିଆଯିବ ନାହିଁ ।