ପେଟ୍ରୋଲ, ଡ଼ିଜେଲ ଦର ହ୍ରାସ

0

(ଅନୁସ୍ୱୟା)ଭୁବନେଶ୍ୱର: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ପ୍ରଭାବ ଭାରତୀୟ ତୈଳ ବଜାରରେ ପଡିଛି। ଜାତୀୟ ରାଜଧାନୀ ସମେତ ଦେଶର କେତେକ ମହାନଗରରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି। ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୩ ପଇସା ହ୍ରାସ ପାଇ ଲିଟର ପ୍ରତି ୭୨ ଟଙ୍କା ୮୬ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୭ ପଇସା ହ୍ରାସ ପାଇ ଲିଟର ପ୍ରତି ୬୬ ଟଙ୍କାରେ ପହଞ୍ଚିଛି।
କଲିକତାରେ ପେଟ୍ରୋଲ ଦର ୧୨ ପଇସା ହ୍ରାସ ପାଇ ଲିଟର ପିଛା ୭୫ ଟଙ୍କା ୫୦ ପଇସାରେ ପହଞ୍ଚିଛି ଓ ଡିଜେଲ ଦର ୩ ପଇସା ହ୍ରାସ ପାଇ ଲିଟର ପ୍ରତି ୬୮ ଟଙ୍କା ୧୯ ପଇସାରେ ପହଞ୍ଚିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଦର ୧୩ ପଇସା ହ୍ରାସ ପାଇ ଲିଟର ପ୍ରତି ୭୮ ଟଙ୍କା ୪୮ ପଇସା ଏବଂ ଡିଜେଲ ଦର ୮ ପଇସା ହ୍ରାସ ପାଇ ଲିଟର ପିଛା ୬୯ ଟଙ୍କା ୧୭ ପଇସାରେ ପହଞ୍ଚିଛି। ଚେନ୍ନଇରେ ପେଟ୍ରୋଲ ଦର ୧୪ ପଇସା ହ୍ରାସ ପାଇ ଲିଟର ପିଛା ୭୫ ଟଙ୍କା ୬୬ ପଇସା ଏବଂ ଡିଜେଲ ଦର ୭ ପଇସା ହ୍ରାସ ପାଇ ୬୯ ଟଙ୍କା ୭୧ ପଇସାରେ ପହଞ୍ଚିଛି।