ଜେରୁଜେଲମ: ମହାମାରୀ କରୋନା ବିରୋଧରେ ବିଫଳ ହେଉଛି ଫାଇଜର-ବାୟୋଟେକ ପ୍ରସ୍ତୁତ ଟୀକା। ପୂର୍ବରୁ କରୋନା ବିରୋଧରେ ୯୩ରୁ ୫୯% ସଫଳ ବୋଲି ଦାବି କରାଯାଉଥିଲା। କିନ୍ତୁ ନୂଆ ଭାରିଏଣ୍ଟ ଆସିବା ପରେ କରୋନା ବିରୋଧରେ ଏହି ଟିକା ସୁରକ୍ଷା ଦେବାରେ ବିଫଳ ହେଉଛି।
ଫଳରେ ଇସ୍ରାଏଲରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଏହାକୁ ମାନିବାକୁ ନାରାଜ ସେଠାକାର ସରକାର । ଦେଶରେ ଡେଲ୍ଟା ଭାରିଏଣ୍ଟ ବ୍ୟାପୁଥିବା ବେଳେ ଇସ୍ରାଏଲ ସରକାର ସାମାଜିକ ଦୂରତା ନିୟମକୁ ହଟାଇ ଦେଇଛନ୍ତି। ସଂକ୍ରମଣ ବଢ଼ିବା ପଛରେ ଏହା ମଧ୍ୟ ଗୋଟିଏ କାରଣ।
ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସଂକ୍ରମଣ ଓ ଲକ୍ଷଣ ଯୁକ୍ତ ରୋଗରୁ ଟୀକାର ପ୍ରଭାବ ଜୁନ୍ ୬ ସୁଦ୍ଧା ୬୪%କୁ ଖସି ଆସିଛି। ଏହି ସମୟରେ ଟୀକା କରୋନା ଭାଇରସ ଯୋଗୁ ଗୁରୁତର ଓ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣାରେ ୯୩% ପ୍ରଭାବ ଦେଖାଉଛି। ଏହାର ଅର୍ଥ ଲୋକମାନେ ଟୀକା ନେଇ କରୋନାରେ ଆକ୍ରାନ୍ତ ହେଉଛନ୍ତି ସତ ହେଲେ ହସ୍ପିଟାଲରେ ଭର୍ତ୍ତି ହେଉନାହାନ୍ତି।