ଉତ୍କଳ ୟୁନିଭରସିଟିରେ ପିଜି ଆଡମିସନ ଅନିୟମିତତା ପ୍ରସଙ୍ଗ: ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ

0

ଭୁବନେଶ୍ୱର: ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ କଲେ ଛାତ୍ର କଂଗ୍ରେସ । ଉତ୍କଳ ୟୁନିଭରସିଟିରେ ପିଜି ଆଡମିସନ ଅନିୟମିତତା ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ଛାତ୍ର କଂଗ୍ରେସ । ଶତାଧିକ ଛାତ୍ର କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡା ମାଡ ମଧ୍ୟ କରିଛନ୍ତି ।