ସେଲ୍ଫି ନେଇ ନିଲମ୍ବିତ ଫାର୍ମାସିଷ୍ଟ

ମହାମହିମ ରଷ୍ଟ୍ରପତିଙ୍କ ହ୍ୟାଲିକେପଟର ସହିତ ଫାର୍ମାସିଷ୍ଟ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ

0

ବାରିପଦା:ମହାମହିମ ରଷ୍ଟ୍ରପତିଙ୍କ ହ୍ୟାଲିକେପଟର ସହିତ ଫାର୍ମାସିଷ୍ଟ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଫଟୋ ଉଠାଇବାମୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଛି ।ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା ରୁପଭାନୁ ମିଶ୍ର ଫାର୍ମାସିଷ୍ଟ ଯଶୋବନ୍ତ ବେହେରାକୁ ନିଲମ୍ବନ କରିଛନ୍ତି ।ରାଷ୍ଟ୍ରପତିଙ୍କ ଦ୍ୱିତୀୟ ଦିନ ଯଶିପୁର ଶିମିଳିପାଳ ଗସ୍ତରେ ଯଶିପୁର ଛେଳିଗୋଧୂଳି ଅସ୍ଥାୟୀ ହେଲିପ୍ୟାଡ଼ରେ ରାଷ୍ଟ୍ରପତିଙ୍କ ୩ଟି ହେଲିକେପ୍ଟର ମଧ୍ୟରୁ ଗୋଟିଏ ହେଲିକେପ୍ଟର ସାମ୍ନାରେ ସେଲ୍ଫିନେଇଥିଲେ, ପରେ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା, ତେବେ ରାଷ୍ଟ୍ରପତିଙ୍କ କାରକେଡ଼ ରେ ଥିବା ଆମ୍ବୁଲାନ୍ସ ଦାୟିତ୍ୱରେ ଥିଲେ ଜାମୁକେଶ୍ୱର ସିଏଚସିରେ ଫାର୍ମାସିଷ୍ଟ ଭାବେ କାର୍ୟ୍ୟ କରୁଥିଲେ ।ସୁରକ୍ଷା ଥିବା ଫାର୍ମାସିଷ୍ଟ କାର୍ଯ୍ୟରେ ଅବହେଳା ପ୍ରସର୍ଶନ ପାଇଁ ତାଙ୍କୁ କାର୍ୟ୍ୟରୁ ନିଲମ୍ବିନ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।
ହେଲିପ୍ୟାଡ୍ ନିକଟରେ ନିୟୋଜିତ ଥିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍, ଯେଉଁଥିରେ ସାମିଲ ଥିଲେ ଯଶିପୁର ଜାମୁକେସର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଯଶୋବନ୍ତ ବେହେରା। ରାଷ୍ଟ୍ରପତି ଶିମିଳିପାଳ ବାହାରିଯିବା ପରେ ଶ୍ରୀ ବେହେରା ସୁରକ୍ଷା ବଳୟ ଭେଦ କରି ରାଷ୍ଟ୍ରପତିଙ୍କ ହେଲିକେପ୍ଟର ପାଖରେ ପହଞ୍ଚି ଯାଇଥିଲେ। ଆଉ ହେଲିକେପ୍ଟର ଶିଡ଼ିରେ ବସି ଓ ଠିଆ ହୋଇ ଭିନ୍ନ ଭିନ୍ନ ଭଙ୍ଗୀରେ ଫଟୋ ଉଠାଇଥିଲେ। ଅନ୍ୟ ଜଣେ କେହି ଏହି ଫଟୋ ଉଠାଇଥିବା ବେଳେ ଶ୍ରୀ ବେହେରା ମଧ୍ୟ ନିଜ ମୋବାଇଲ୍ରେ ସେଲ୍ଫି ନେଇଥିଲେ। ଏସବୁ ଫଟୋଗୁଡ଼ିକୁ ଆଜି ନିଜ ଫେସ୍ବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଶ୍ରୀ ବେହେରା। ଉକ୍ତ ଫଟୋଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ପରେ ତାକୁ ଡିଲିଟ୍ କରି ଦେଇଥିଲେ।
ଏ ସଂପର୍କରେ ଫାର୍ମାସିଷ୍ଟ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଡିଉଟି କରିଥିଲୁ ବୋଲି ଏକ ସ୍ମୃତି ସାଇତି ରଖିବା ଲକ୍ଷ୍ୟରେ ହେଲିକେପ୍ଟରକୁ ପାଖକୁ ଯାଇ ଫଟୋ ଉଠାଇଥିଲି ଓ ସେଲଫି ନେଇଥିଲି। ଭୁଲ୍ ହୋଇଯାଇଛି ବୋଲି ସେ ସ୍ବୀକାର କରିବା ସହ ଫେସ୍ବୁକରୁ ଫଟୋ ଡିଲିଟ୍ କରି ଦେଇଥିବା କହିଥିଲେ।