କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ : ଫିରିଙ୍ଗିଆ ପୋଲିସକୁ ବଡ ସଫଳତା । ପାଟ୍ରୋଲିଙ୍ଗ ସମୟରେ ୨୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଗଲାସାହି ଗାଁ ଖଣ୍ଡପଡ଼ା ଥାନା ନୟାଗଡ଼ ଜିଲ୍ଲା ଅଞ୍ଚଳର ସୁବାଷ ବରାଢ (୪୪) ଓ କୁଞ୍ଜବିହାରପୁର ଗାଁର ନୟାଗଡ଼ ଜିଲ୍ଲା ଖଣ୍ଡପଡା ଅଞ୍ଚଳ ର ଜଗନ୍ନାଥ ପ୍ରଧାନ (୨୯) । ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିଣ୍ଡିରାଗାଁ ପଞ୍ଚାୟତ କୁଡୁକି ଘାଟି ନିକଟରେ ଏକ ଅଟୋକୁ ଅଟକାଇ, ତନଖିବା ପରେ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣା ପଡିଥିଲା ।
ପରେ ପୋଲିସ ଗଞ୍ଜେଇ ଚାଲାଣ ସମ୍ପର୍କିତ ୨୧୦/୨୩ରେ ଏକ ମାମଲା ରୁଜୁ କରି, ଗଞ୍ଜେଇ ଚାଲାଣକାରୀଙ୍କୁ କୋର୍ଟ ଚାଲାଣ କରିଛି । ଏନେଇ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।