ଗଞ୍ଜାମ / ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡଭାଗ ଗାଁ ନିକଟ ୫୯ନଂ ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଓ ପିକଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି । ଫଳରେ ପିକଅପ୍ ଭ୍ୟାନ ଗାଡିର ଡ୍ରାଇଭର ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସୋରଡାରୁ ବ୍ରହ୍ମପୁର ଯାଉଥିବା ଯାତ୍ରୀବାହୀ ବସ୍ ମା’ ଟ୍ରାଭଲର୍ସ ସହ ଆସିକା ଅଭିମୁଖେ ଅସୁଥିବା ମେକ୍ସ ପିକଅପ ଭେନ ଧକ୍କା ହୋଇଥିଲା । ଜାତୀୟ ରାଜପଥ ୫୯ ଖଡଭାଗ ଠାରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି ।ତାହାସହ ସଙ୍ଗେ ସଙ୍ଗେ ଚାରିଜଣ ଆହତ ହୋଇ ଆସିକା ଉପଖଣ୍ଡ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।