ନିଆରା ପିକନିକ

0

(ଜଳେଶ୍ୱର / ଅଜିତ ସାହୁ ): ମଣିଷ ଭିତରେ ମଣିଷ ସିଏ । ଯିଏ ଅନ୍ୟ ପାଇଁ ବଞ୍ଚନ୍ତି ଅନ୍ୟର ସୁଖରେ ସୁଖୀ ହୁଅନ୍ତି ସୁଖ ଦୁଃଖର ସାଥି ହୋଇ ଛିଡା ହୁଅନ୍ତି। ଏଭଳି ଜଣେ ଵ୍ୟକ୍ତିତ୍ୱ ହେଉଛନ୍ତି ରବିନ୍ଦ୍ର ନାଥ ଅଣ୍ଡିଆ। ଯିଏକି ଜଣେ ଯୁବ ଵ୍ୟଵସାୟୀ । ସମାଜ ସେବୀ ତଥା ଜିଲ୍ଲା ପରିସଦ ସଦସ୍ୟ ଅଟନ୍ତି। ନିଜର ବ୍ୟସ୍ତ ବହୁଳ ଜୀବନ ଯାପନ ଭିତରେ ଟିକିଏ ଅବସର ପାଇଲେ ଗରିବ, ଅସହାୟଙ୍କ, ପାଇଁ ଚିନ୍ତା କରନ୍ତି, ସେମାଙ୍କ ସହିତ ସମୟ କଟାନ୍ତି। ଡ଼ିସେମ୍ବର ୨୫ ବା ବଡ଼ ଦିନକୁ ସମସ୍ତେ, ସାଙ୍ଗ ସାଥି, ଆତ୍ମୀୟ ସୋଜନ, ପରିବାର ସହିତ, ଧୁମଧାମରେ ଆନନ୍ଦ ଉଲ୍ହାଶରେ,ପାଳନ କରିଥାନ୍ତି। ମାତ୍ର ଏକ ନିଆରା ଢଙ୍ଗରେ ଅନ୍ଧ,ମୁକ, ବଧିର ଦିବ୍ୟାଙ୍ଗ ପିଲାଙ୍କ ସହିତ ପାଳନ କରିଛନ୍ତି ରବିନ୍ଦ୍ର । ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡ଼ଗ୍ରା ସମୁଦ୍ର ବେଳା ଭୂମିରେ ସ୍ଥାନୀୟ ଏକ ଦିବ୍ୟାଙ୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସହିତ ପାଳନ କରିଛନ୍ତି ବଡ଼ ଦିନକୁ।ଏହି ଉତ୍ସବରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ବିଶିଷ୍ଟ କଣ୍ଠ ଶିଳ୍ପୀ ହୀୟୁମାନ ସାଗର ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହା ଏକ ପ୍ରୟାଶ ବୋଲି ମତ ରଖିଛନ୍ତି। ଏହି ଉତ୍ସବକୁ ପିଲାମାନେ ବେଶ ଆନନ୍ଦ ର ସହ ଉପଭୋଗ କରିବା ସହିତ ବେଶ ଖୁସିଥିବା ଦେଖିବାକୁ ମିଳିଥିଲା।