ଜୀବନ୍ତ ଧରାପଡିଲେ ଏଫ୍-୧୬ ବିମାନର ପାଇଲଟ

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଆରମ୍ଭ ହୋଇଯାଇଛି ପାକ୍-ଭାରତ ଯୁଦ୍ଧ । ପାକିସ୍ତାନର ବିଭିନ୍ନ ସ୍ଥାନକୁ ଉଡାଇଦେଇଛନ୍ତି ଭାରତୀୟ ସେନା । ସେପଟେ ପାକ୍ ପ୍ରଧାନମନ୍ତ୍ରୀ ଲୁଚି ପଳେଇଥିବା ଆଲୋଚନା ହେଉଛି । ସୁଦର୍ଶନ ଚକ୍ର ତାର କରାମତି ଦେଖାଇଛି । ପାକିସ୍ତାନ ଯଦି ଭାରତ ଉପରକୁ ଆଟାକ୍ କରିବାକୁ ଆହୁରି ଚେଷ୍ଟା କରିବ, ଭାରତୀୟ ସେନା ଏହାର ମୁହଁ ତୋଡ ଜବାବ ଦେଇ ପାକିସ୍ତାନକୁ ମାଟିରେ ମିଶାଇଦେବ ।ଅନ୍ୟପକ୍ଷରେ ଜୀବନ୍ତ ଧରାପଡିଲେ ପାକ୍ ପାଇଲଟ୍ । ପାକିସ୍ତାନୀ ଯୁଦ୍ଧ ବିମାନର ଜଣେ ପାଇଲଟକୁ ଭାରତୀୟ ସେନା ଜୀବନ୍ତ ଧରିଛି । ଏଫ୍-୧୬ ବିମାନର ପାଇଲଟ ଏବେ ଭାରତ କବଜାରେ ରହିଛି ।