ଗଡ ରଖିଲେ ମହାରଥୀ, କିନ୍ତୁ ଗାଇଡଲାଇନ ହୋଇଗଲା ଫୁ
(କାଜଲ ସୁନ୍ଦରାୟ); ଗତ କାଲି ସରିଛି ପିପିଲି ଉପ ନିର୍ବାଚନ । ଆଉ ବାଜୀ ମରିଲା ବିଜେଡି । ରୁଦ୍୍ର ପ୍ରତାପ ମହାରଥୀ ନିଜ ବାପାଙ୍କ ପଦକୁ ଜାବୁଡି ଧରିଲେ । ମହାରଥୀ ଗଡ କୁହାଯାଉଥିବା ପିପିଲିରେ ଚାଲିବ ପୁଅ ରୁଦ୍ର ମହାରଥୀଙ୍କ ରାଜୁତୀ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ରାଜନୀତିକୁ ଓହ୍ଲାଇଥିବା କହିଥିଲେ ରୁଦ୍ର । ଆଉ ବାପାଙ୍କୁ ଅନୁସରଣ କରିବେ ବୋଲି କହିବା ସହ ବାପାଙ୍କ ଅଧୁରା କାମକୁ ପୁରଣ କରିବେ ମଧ୍ୟ । ପିପିଲି ବାସୀ ମଧ୍ୟ ବିପୁଳ ପରିମାଣର ଭୋଟ ଦେଇ ପ୍ରମାଣ କରିଦେଇଛନ୍ତି ପୁଅ ମଧ୍ୟ ସେମାନଙ୍କ ସମସ୍ୟା ବୁଝିବ । ଏ ସବୁ ଠିକ , କିନ୍ତୁ କାଲି ବିଜେଡିର ବିଜୟ ପରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ବଖାଣୁଛି ରୁର୍ଦ ମହାରଥୀ ପିପିଲି ବାସିନ୍ଦା ପାଇଁ କେତେ ସଜାଗ । ଆପଣ ମାନଙ୍କର ମନେ ଥିବ ଚଳିତ ପିପିଲି ଉପନିର୍ବାଚନରେ ପ୍ରଥମେ କଂଗ୍ରେସ ନେତା ଅଜିତ ମଙ୍ଗରାଜ ପ୍ରାର୍ଥୀ ରୂପେ ଚୟନ ହୋଇଥିଲେ , କିନ୍ତୁ ଦୁର୍ଭାଗ୍ୟ! ତାଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ଖାଲି ଜେ ମଙ୍ଗରାଜଙ୍କ ମୃତ୍ୟୁ ହୋଇଥିଲା ତାହା ନୁହେ ଁ ନିରଞନ ପଟ୍ଟନାୟକଙ୍କ ସମେତ ଅନେକ ନେତା ମଧ୍ୟ କୋଭିଡର ଶିକାର ହୋଇଥିଲେ । ଆଉ ଏହି କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ପିପିଲି ଉପନିର୍ବାଚନ ମଧ୍ୟ ବହୁ ମାସ ପାଇଁ ସ୍ଥଗିତ ରଖାଯାଇଥିଲା । ଆଉ ସରକାର ଘୋଷଣା କଲେ କୌଣସି ସମାବେଶ ନକରିବା ପାଇଁ । ନା ରାଜନୈତିକ ନା ସାମାଜିକ । ସେଇଥି ପାଇଁ ତ କଟକର ଐତିହାସିକ ଦୂର୍ଗାପୂଜା ଉପରେ ଲାଗିଲା କଟକଣା । ମୃତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖାଗଲା । ଏହାକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହେଲା କିନ୍ତୁ ସରକାର ନିଜ ନିଷ୍ପତିରେ ଅଟଳ ରହିିଲେ । ଆଉ ରାଜ୍ୟବାସୀଙ୍କ ଜୀବନ ତାଙ୍କ ପାଇଁ ପ୍ରଥମେ ବୋଲି ପ୍ରମାଣ କରିବାକୁ ଚେଷ୍ଟା ମଧ୍ୟ କଲେ । କିନ୍ତୁ କାଲି ପିପିଲି ଉପନିର୍ବାଚନର ଫଳ ବାହରିବା ପରର ଦୃଶ୍ୟ ସରକାରଙ୍କ ଦେଖାଣିଆ ମନଭାବକୁ ପଦାରେ ପକାଇ ଦେଲା ।
କୌଣସି ବାଜା ପ୍ରଶେସନ ହୋଇପାରିବ ନାହିଁ ବୋଲି ସରକାର କଠୋର ବାଣି ଶୁଣାଇଛନ୍ତି ହେଲେ ଶାସକ ଦଳ ପାଇଁ ଏ ନିୟମ ଯେମିତି ଲାଗୁ ହେଉ ନାହିଁ । ଆମେ କଣ ପାଇଁ କହୁଛୁ ଏପରି ଏ ଦୃଶ୍ୟ ଦେଖିଲେ ଆପଣ ବୁଝିପାରିବେ । ଥରେ ଏହି ଭିଡିଓ ଉପରେ ନଜର ପକାନ୍ତୁ ତ । ଏଠି ବିଜେଡି କର୍ମୀଙ୍କ ମଧ୍ୟରେ ନାହିଁ ସାମାଜିକ ଦୁରତା, ନା ହିଁ କାହାରି ମୁହଁରେ ଅଛି ମାସ୍କ । ଏ ହେଉଛି ଶାସକ ଦଳର ବିଜୟ ବାଜା ବା ପ୍ରଶେସନ୍ ସାଧାରଣ ଜନତାଙ୍କ ପାଇଁ ଫାଇନ ଅଛି ହେଲେ ସରକାରୀ ଦଳ ପାଇଁ କୌଣସି ଫାଇନ ନାହିଁ । ନିଜ ନିୟମ ନିଜେ ଭାଙ୍ଗୁଛନ୍ତି ହେଲେ କହିବ କିଏ ? ଅନ୍ୟପଟେ କରୋନା ସମୟରେ ଓଡିଶା ସରକାରଙ୍କ କାର୍ଯ୍ୟକୁ ନେଇ ସରକାର ନିଜ ପିଠି ନିଜେ ଥାପୁଡେଇ ୧ ନମ୍ବରରେ ଥିବା କହି ଲୋକଙ୍କୁ ଭୁତଉଛନ୍ତି । ଦଶହରା ପରି କଟକର ଐତିହ୍ୟ, ଆଭିଜାତ୍ୟ, ପରମ୍ପରାକୁ ମାଡି ମକଚି ଦେଇଛନ୍ତି, ହେଲେ ଦଳୀୟ ପ୍ରଚାର ପାଇଁ ନାହିଁ ଲଗାମ । ଆଗକୁ ଦେଖିବାକୁ ବାକି ରହିଲା ଏହି ଏକ ନମ୍ବର ମୂଖ୍ୟମନ୍ତ୍ରୀଙ୍କ ନୀୟମ ସରକାରୀ ଦଳ ପାଇଁ କେବେ ଲାଗୁହେବ ?