ଆରମ୍ଭ ହେଲା ପିପିଲି ଗଡ ଜିତିବା ଯୁଦ୍ଧ
(ଜୟନ୍ତ କୁମାର ସେଠୀ / ଗୋପ): ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ମତଦାନ । ସକାଳ ୭ ଟା ରୁ ମତଦାନ ଆରମ୍ଭ ହୋଇଗଲାଣି । ସମସ୍ତ କୋଭିଡ ଗାଇଡ ଲାଇନ ଭିତରେ ଚାଲିଛି ମତଦାନ କାର୍ଯ୍ୟକ୍ରମ ଭୋଟ ଦେବା ନିମନ୍ତେ ଭୋଟର ପରିଚୟ ପତ୍ର ବ୍ୟତୀତ ଭାରତୀୟ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ବୈଧ ଥିବା ଅନ୍ୟ ୧୧ଟି ପ୍ରମାଣପତ୍ର ଭାବେ ଦର୍ଶାଇ ଭୋଟର ମାନେ ମତଦାନ କରିପାରିବେ । ଉକ୍ତ ପ୍ରମାଣପତ୍ର ମଧ୍ୟରେ ଆଧାର କାର୍ଡ, ଏମଜି ନରେଗା କାର୍ଡ, ଫଟୋ ଥାଇ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ପକ୍ଷରୁ ଜାରି ପାସବୁକ, ପ୍ୟାନ କାର୍ଡ, ପେନସନ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଭାରତୀୟ ପାସପୋର୍ଟ ଆଦି ରହିଛି । ବୁଥରେ କୋଭିଡ କଟକଣା ଅନୁଯାୟୀ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର, ହାତ ଧୋଇବା ଓ ସାନିଟାଇଜର ବ୍ୟବହାର ଏବଂ ମତଦାନ ସମୟରେ ହାତରେ ଗ୍ଲୋଭ୍ସ ବ୍ୟବହାର କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ମତଦାତା ମାନଙ୍କୁ ନିବେଦନ କରିଛନ୍ତି । ତେବେ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଜୟନ୍ତ କୁମାର ସେଠୀ