ଅସ୍ତରଙ୍ଗ/ଆର୍ଯ୍ୟ ବିଶ୍ୱାଳ : ହିନ୍ଦୁ ମୁସଲମାନ ଏଠି ଏକାକାର | ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ପିଠ ବାବା ପୀର୍ ଜାହାନିଆ | ଅସ୍ତରଙ୍ଗ ସମୁଦ୍ର କୁଳରେ ଘଞ୍ଚ ଝାଉଁ ଜଙ୍ଗଲ ମଧ୍ୟ୍ୟରେ ଶୋଭା ବର୍ଦ୍ଧନ କରୁଛି ବାବାଙ୍କ ପିଠ | ୨ ଦିନ ଧରୀ ଚାଲୁଚି ସଂସ୍କୃତିର ମହାମିଳନ ପର୍ବ ପୀର୍ ଜାହାନିଆ ବେଳାଭୂମି ମହୋତ୍ସବ | ଲକ୍ଷାଧିକ ଦର୍ଶକଙ୍କ ଆଗମନରେ ଲୋକାରଣ୍ୟ ହେଇଛି ବେଳାଭୂମି | ସମୁଦ୍ର, ପୀର୍ ଜାହାନିଆ ପିଠ, ସବୁଜିମା ଜଙ୍ଗଲ, ବାଲିଯାତ୍ରା ସହିତ ସନ୍ଧ୍ୟାରେ ବେଳାଭୂମି ମହୋତ୍ସବ ସାଜିଛି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ | ସବୁ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠୁ ଆରମ୍ଭ ହୁଏ ୨ ଦିନ ଧରୀ ବାଲିଯାତ୍ରା | କିନ୍ତୁ ଏହି ଅଞ୍ଚଳ ର ମାନ୍ୟତାକୁ ଓଡିଶା ଭୂଗୋଳ ରେ ଏକ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଛି ପୀର୍ ଜାହାନିଆ ବେଳାଭୂମି ମହୋତ୍ସବ | ପ୍ରଥମ ବର୍ଷରେ ଦର୍ଶକଙ୍କୁ କରିଛି ଆକୃଷ୍ଟ |
ସନ୍ଧ୍ୟାରେ ରଙ୍ଗୀନ କାର୍ଯ୍ୟକ୍ରମରେ ଝଲକୁଚି ପେଣ୍ଡାଲ, ଓଡିଶୀ, ଚମ୍ପୁ, ପାରମ୍ପରିକ ନୃତ୍ୟ ର ମଜା ନେଉଛନ୍ତି ଦର୍ଶକ | ଅନେକ ସୁନାମ ଧନ୍ୟ କଣ୍ଠ ଶିଳ୍ପୀଙ୍କ ମଧୁର ଗୀତ ରେ ଝୁମୁଛନ୍ତି ଦର୍ଶକ |ବାଲିଯାତ୍ରା ବୁଲିବା ସହିତ ସନ୍ଧ୍ୟାର ବେଳାଭୂମି ମହୋତ୍ସବରେ ଭରପୁର ମଜା ଉଠାଉଛନ୍ତି ଦର୍ଶକ |
ଲକ୍ଷାଧିକ ଦର୍ଶକଙ୍କ ଆଗମନକୁ ନଜରରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିଛି ପୋଲିସ, ଚେକ ପୋଷ୍ଟ, ଟ୍ରାଫିକ କଣ୍ଟ୍ରୋଲ, କିପରି ଶୃଙ୍ଖଳାରେ ପର୍ଯ୍ୟଟକ ମାନେ ବାଲିଯାତ୍ରା ବୁଲିବା ସହିତ ବେଳାଭୂମି ମହୋତ୍ସବ ର ଆନନ୍ଦ ନେବେ, ତାହାକୁ ସଫଳ ରୂପେ ନିୟନ୍ତ୍ରଣ କରିଛି ଅସ୍ତରଙ୍ଗ ଓ କାକଟପୁର ପୋଲିସ |