ବ୍ୟୁରୋ: ଆଜି ହେଉଛି ଭାଦ୍ରବ ମାସ ପୂର୍ଣ୍ଣିମା । ଏହି ଦିନ ଠାରୁ ଆରମ୍ଭ ହେଉଛି ପିତୃପକ୍ଷ । ଅଶ୍ଵିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ଅପରପକ୍ଷ ପାଳନ ହୋଇଥାଏ । ଏହି ୧୫ ଦିନ ମଧ୍ୟରେ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଲାଗି ପ୍ରୟାସ କରାଯାଇଥାଏ । ଆଦ୍ୟ କାଳରୁ ବିଶ୍ୱାସ ରହିଛିଯେ ଏହି ସମୟରେ ସମସ୍ତ ପିତୃପୁରୁଷ ଶ୍ରାଦ୍ଧ, ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି। ଏଣୁ ନିଷ୍ଠାର ସହ ନୀତିନିୟମ ଅନୁଯାୟୀ ଏହି ସମୟରେ ଶ୍ରାଦ୍ଧ ଦିଆଯାଇଥାଏ । ବଂଶଧର ମାନଙ୍କ ଦ୍ୱାରା ହୋଇଥିବା ତିଳ, ତର୍ପଣ, ଶ୍ରାଦ୍ଧ, ପିଣ୍ଡଦାନ ଆଦିରେ ପିତୃପୁରୁଷ ସନ୍ତୁଷ୍ଟ ହୋଇ ସେମାନଙ୍କୁ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ।
ଶାସ୍ତ୍ର ଅନୁଯାୟୀ, ପିତୃପକ୍ଷ ବା ଅପରପକ୍ଷରେ ବିଭିନ୍ନ ବିଧି ପୂର୍ବକ ନିୟମ ରହିଛି । ଏହି ସମୟରେ ଅନେକ ନିୟମାବଳୀ ପାଳନ କରାଯାଏ । ଏହି ସମୟରେ ନଖ କାଟିବା ବାରଣ କରାଯାଉଥିବା ବେଳେ ଖିଅର ହେବ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ। ଏମିତିକି ଘର ବାହାରେ ଭୋଜନ କରିବା ମଧ୍ୟ ନିଷିଦ୍ଧ ଅଟେ। ସେହିଭଳି ଯେଉଁ ସମୟରେ ତିଳ ତର୍ପଣ କରଯେ ସେହି ସମୟରେ ଶୁଦ୍ଧପୂତ ରହିବାର ନିୟମ ରହିଛି । ଏପରି କରିବା ଦ୍ୱାରା ପିତୃପୁରୁଷ ସନ୍ତୁଷ୍ଟି ଲାଭ କରନ୍ତି ।