ଦିଲ୍ଲୀ: ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେସନରେ ନୂଆ ମୋଡ । ଫେରିମାରିଲା ଅଗର ମେସିନ । ଏବେ ହାତ କଟରରେ ଖୋଳିବାକୁ ଯୋଜନା । ଟନେଲ ଉପରୁ ଭର୍ଟିକାଲ ଡ୍ରିଲିଂ କରାଯିବ। ଏଥିପାଇଁ ମେସିନ୍ ପ୍ରସ୍ତୁତ ହୋଇ ରହିଛି । ହାତରେ ବ୍ୟବହୃତ କଟର ଜରିଆରେ ମାଟି ଖୋଳିବାକୁ ଯୋଜନା ହୋଇଥିବା ବେଳେ ଏଥିପାଇଁ ୧୮ରୁ ୨୪ ଘଣ୍ଟା ସମୟ ଲାଗିବ ବୋଲି ଆକଳନ କରାଯାଇଛି । ଶୁକ୍ରବାର ରାତିରୁ ଡ୍ରିଲିଂ କାମ ବନ୍ଦ ରହିଛି । ମେସିନ ଆଗରେ ପୁଣି ଏକ ଧାତବ ଅଂଶ ଆସିବାରୁ କାମ ବନ୍ଦ ରହିଛି। ମେସିନ ସାହାଯ୍ୟରେ ବାରମ୍ବାର ବାଧା ଉପୁଜୁଥିବାରୁ ହାତରେ ଖୋଳିବାକୁ ଯୋଜନା କରାଯାଇଛି । ତେବେ ଏହି ବିକଳ୍ପ ଆପଣାଇବା ପରେ ରେସକ୍ୟୁ ଅପରେସନରେ ଅଧିକ ସମୟ ଲାଗିବ । ତେବେ ଖୋଳରଯିବା ପରେ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭିତରକୁ ପ୍ରବେଶ କରାଯିବ ୬ ମିଟର ଲମ୍ବର ଦୁଇଟି ପାଇପ୍ । ଏଥିରେ ଷ୍ଟ୍ରେଚର ମାଧ୍ୟମରେ ବାହାରିବେ ଫସି ରହିଥିବା ଶ୍ରମିକ। ରେସକ୍ୟୁ ଅପରେସନ୍ ସମୟ ପାଖେଇବା ସହ ଉତ୍କଣ୍ଠାବି ଦିନ ଦିନ ବଢୁଛି । ତେବେ ଉଦ୍ଧାର କାର୍ଯ୍ୟରେ ଯାନ୍ତ୍ରୀକ ତ୍ରୁଟି ଦେଖା ଯିବାରୁ ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ବି ଛଡାଯାଇଛି। ଡ୍ରୋନ ଦ୍ୱାରା ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଗତ ୧୪ ଦିନ ଧରି ଲମ୍ବା ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକ ବର୍ତ୍ତମାନ ଚିନ୍ତା, ଅବସାଦରେ ଅଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ମନୋବଳ ଦୃଢ଼ କରିବା ପାଇଁ ଉଦ୍ଧାରକାରୀ ଦଳ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।