ଋଷ୍ ରେ ବିମାନ ଦୁର୍ଘଟଣା: ୧୦ମୃତ

0

ଋଷ୍: ରୁଷରେ ବିମାନ ଦୁର୍ଘଟଣା । ମସ୍କୋର ଉତ୍ତର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରିଗୋଜିନଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିମାନ ମସ୍କୋରୁ ସେଣ୍ଟ ପିଟର୍ସବର୍ଗକୁ ଯାଉଥିଲାବେଳେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ତେବେ ଜୁନ୍ ମାସରେ ରୁଷର ରାଷ୍ଟ୍ରପତି ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ୱାଗନର୍ ଗ୍ରୁପ ଲିଡର ୟେଭେଗେନି ପ୍ରିଗୋଜିନଙ୍କର ବୁଧବାର ବିଳମ୍ବିତ ରାତିରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଇଛି । ସେ ବେସରକାରୀ ସେନା ୱାଗନର୍ ଗ୍ରୁପର ମୁଖ୍ୟ ଥିଲେ। ଏହି ବିମାନରେ ୱାଗନ ଗ୍ରୁପର ଅନ୍ୟ ଅଧିକାରୀମାନେ ମଧ୍ୟ ଯାତ୍ରା କରୁଥିଲେ। ତେବେ ଏହି ଦୁର୍ଘଟଣାକୁ ନେଇ ରୁଷର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କେବଳ କହିଛି ଯେ ଯାତ୍ରୀ ତାଲିକାରେ ପ୍ରିଗୋଜିନଙ୍କ ନାମ ରହିଛି । ଏବଂ ସମସ୍ତ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ପ୍ରିଗୋଜିନ୍ ଙ୍କ ବ୍ୟତୀତ ଘରୋଇ ସେନାର ସହ-ପ୍ରତିଷ୍ଠାତା ତଥା ରୁଷର ପୂର୍ବତନ ସ୍ୱତନ୍ତ୍ର ବାହିନୀର କମାଣ୍ଡର ମଧ୍ୟ ବିମାନରେ ଥିଲେ। ଏହି ବିମାନରେ ୱାଗନ ଗ୍ରୁପର ଅନ୍ୟ ଅଧିକାରୀମାନେ ମଧ୍ୟ ଯାତ୍ରା କରୁଥିଲେ। ଜୁନ୍ ମାସରେ ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ପ୍ରିଗୋଜିନ୍ । ଏବଂ ଏହା ପରେ ସେ ବେଲାରୁଷ ଚାଲି ଯାଇଥିଲେ। ତେବେ ସେ କେବେ ଏବଂ କିପରି ରୁଷରେ ପହଞ୍ଚିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।