୬ଜିଲ୍ଲାରେ ଖୋଲିବ ପ୍ଲାନେଟାରିୟମ୍

0

ଭୁବନେଶ୍ୱର : ରାଜ୍ୟର ୬ଟି ଜିଲ୍ଲା ଗୋଟିଏ ଲେଖାଏଁ ପ୍ଲାନେଟାରିୟମ୍ ସ୍ଥାପନ କରିବା ପାଇଁ ସରକାରଙ୍କ ଯୋଜନା ଅଛି । ଏହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ବଲାଙ୍ଗିର, ସୁନ୍ଦରଗଡ଼, ରାୟଗଡ଼ା ପ୍ରମୁଖ। ଏହି ସବୁ ସ୍ଥାନରେ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଚାଲୁଛି। ସେଥିରୁ କେନ୍ଦୁଝରର ଘଟଗାଁ, ମୟୂରଭଞ୍ଜର ବାରିପଦା ଓ ରାୟଗଡ଼ା ଜିଲ୍ଲାର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରଶ୍ନର ଲିଖିତ ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା |

ଯାଜପୁର ଜିଲ୍ଲାରେ ମହାବିନାୟକ ପାଦ ଦେଶରେ ଉତ୍କଳ ବିଶ୍ଵବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ଚଣ୍ଡିଖୋଲଠାରେ ପ୍ଲାନେଟାରିୟମ୍ ପ୍ରତିଷ୍ଠା ପାଇଁ ବର୍ତ୍ତମାନ ସକରାରଙ୍କ ନିକଟରେ କୌଣସି ପ୍ରସ୍ତାବ ନଥିବା ମଧ୍ୟ ସୂଚନା ପ୍ରଦାନ କରିଛନ୍ତି। ସେହିପରି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି କୋରାପୁଟ ଜିଲ୍ଲାରେ ପ୍ଲାନେଟାରିୟମ୍ ପ୍ରତିଷ୍ଠା ଲାଗି ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ ।