ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କଲେ ରାଜ୍ୟପାଳ , ୧୪ଟି ଜିଲ୍ଲା ଉପକୃତ ହେବେ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆଜି ବଲାଙ୍ଗୀରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହି କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସଙ୍ଗୀତା ସିଂହଦେଓ, ମନ୍ତ୍ରୀ ଅରୁଣ ସାହୁ ଓ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଛନ୍ତି । ୧୯ ମାସରେ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ବଟଲିଂ ପ୍ଲାଣ୍ଟ ନିର୍ମିତ ହୋଇଛି। ବଟଲିଂ ପ୍ଲାଣ୍ଟରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବା କ୍ଷମତା ରହିଛି। ଏହି ପ୍ଲାଣ୍ଟ ଦ୍ଵାରା ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲା ଉପକୃତ ହେବେ।
ଲୋକାର୍ପଣ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ୟ୍ୟକ୍ରମ ରହିଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରତିଙ୍କ ବଲଙ୍ଗୀର ଗସ୍ତ କାର୍ୟ୍ୟକ୍ରମ ବାତିଲ ପରେ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।