(ଶୁଭସ୍ମିତା ଦାଶ / ରିପୋର୍ଟସ ଟୁଡ଼େ ) : ଆଧୁନିକ ଜୀବନ ଶୈଳୀ ପାଇଁ ହେଉଁ ବା ଶିଳ୍ପ ପ୍ରତିଷ୍ଠାନ ପାଇଁ ବାଜି ଲାଗୁଛି ନିରୀହ ଗଛ ର ଜୀବନ । ଅନ୍ୟପଟେ ଗଛ ହରାଇବାର ଗରୁତ୍ୱ ଏହି ଆଧୁନିକ ମଣିଷ ହୁଏତ ଏବେ ବେଶ ବୁଝିପାରୁଛି । ଯାହାର କାରଣ ହେଉଛି ଜଳବାୟୁରେ ପରିବର୍ତ୍ତନ । ତେଣୁ କରି ଆଗାମୀ ପିଢିପାଇଁ ବୃକ୍ଷରୋପଣର ଆବଶ୍ୟକତା କୁ ଜଣାଇବା ଉଚିତ ।
ଏହି ପରିପେକ୍ଷୀରେ ଆଜି ଏକ ଭୁବନେଶ୍ୱର ପାଠାଗାର କ୍ଲବ ପକ୍ଷରୁ ଏକ ମିଳିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ୟୁନିଟ୍ ୯ ସ୍ଥିତ ପାଠାଗାର କ୍ଲବ, ଜଙ୍ଗଲ ପରିବେଶ ବିଭାଗ ଓ ଭାରତ ସ୍କାଉଟ୍ ଗାଇଡ଼ ସହାୟତାରେ କ୍ୟାପିଟାଲ ହାସ୍କୁଲ , ୟୁନିଟ -୩, ୟୁନିଟ ୯ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ , ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟ ଏବଂ ହିନ୍ଦୀ ସ୍କୁଲ ପ୍ରାଙ୍ଗଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଳାପାଳ ଶୀତାଂଶୁ କୁମାର ରାଉତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ପରିପେକ୍ଷୀରେ ବୃକ୍ଷରୋପଣର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ବୁଝାଇବା ସହିତ ଏହା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ତା ସହିତ ପାଠାଗାରର ବ୍ଲକ ସଦସ୍ୟଙ୍କୁ ଏପରି ସଚେତନତା ମୂଳକ କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହିତ ଆଗକୁ ମଧ୍ୟ ଏପରି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଖାରବେଳ ନଗର ଥାନା ଭାରାପ୍ରାପ୍ତ ଅଧିକାରୀ ବିଶ୍ୱରଞ୍ଜନ ସେନାପତି, ସିନେ ତାରକା ରାକ୍ଷୀ ଦାଶ , ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜ, ପାଠାଗାରର ସଭାପତି ପ୍ରଣବ ରଞ୍ଜନ ସ୍ୱାଇଁ , ସଂପାଦକ ଶୁଭକାନ୍ତ ସାମାନ୍ତସିଂହାର, ଯୁଗ୍ମ ସଂପାଦକ ଦୀପକ ମୁାର ବେହେରା, ସହ ସଂପାଦକ ସୁରେଶ କୁମାର ସାହୁ, କୋଷାଧ୍ୟକ୍ଷ ରଶୀ୍ମରଞ୍ଜନ ଜେନା, ଉପ ସଭାପତି ଅମୀୟ ଜେନା, ପାଠାଗାରର ଉପଦେଷ୍ଟା ତଥା ସମାଜସେବୀ ବାସୁଦେବ ଭଟ୍ଟ, ଏ.ଶୈଳଜା ,ପୁଣ୍ୟଶ୍ଲୋକ ମହାନ୍ତି, ମୋହନ ହେମ୍ବ୍ରମ୍, ସରସ୍ୱତୀ ପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ ।