(ସୋନପୁର / ଓମ ପ୍ରକାଶ ମିଶ୍ର ) : ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଳା ତରଭା ବ୍ଲକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜୁ ଯୁବ ବାହିନୀ ତରଫରୁ ଗର୍ଜା ନିକଟସ୍ଥ ବିଜୁପଟ୍ଟନାୟକ ପାର୍କ ନିକଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଧିକାରୀ କନିକା ଚକ୍ରବର୍ତ୍ତିୀ ଅତିଥି ଭାବେ ଯୋଗ ଦେଇଥିଲେ । ନିର୍ବାହୀ ଅଧକିାରୀ ଙ୍କ ସମେତ ବିଜୁ ଯୁବ ବାହିନୀର ଜିଲ୍ଳା ପ୍ରକଳ୍ପ ଅଧିକାରୀ ସଞ୍ଜିବ କୁମାର ମିଶ୍ର, ଏନଏସି ସଞ୍ଜୋଜକ ଜର୍ନାଦନ ଥନାପତି ଏବଂ ଯୁବ ବାହିନୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ବହୁ ଗଛ ଭିନ୍ନ ଭିନ୍ନ ସ୍ଥାନମାନଙ୍କରେ ଲଗାଇଥିଲେ ।