(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପରିବେଶର ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତି ବର୍ଷ ଜୁଲାଇ ତିନି ତାରିଖରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ପ୍ଲାସଟିକ ମୁଣା ବର୍ଜନ ଦିବସ । ବା ଇନଟରନେସନାଲ ପ୍ଲାସ୍ଟିକ ବ୍ୟାଗ୍ ଫ୍ରି ଡ଼େ । ପ୍ଲାଷ୍ଟିକ୍ ବା ପଳିଥିନ୍ ମୁଣାର ବ୍ୟବହାର ବଢିଚାଲିଛି । ଏହା ସଂପ୍ରତି ସାରା ବିଶ୍ୱରେ ସବୁଠାରୁ ଅଧିକ ବପଜ୍ଜନକ ପ୍ରଦୂଷକ । ଗୋଟିଏ ପଲିଥିନ୍ ମୁଣା ମାଟିରେ ସଂପୂର୍ଣ୍ଣ ଭାବେ ମିଶିବା ପାଇଁ ଶହେରୁ ପାଞ୍ଚ ଶହ ବର୍ଷ ଲାଗିଥାଏ । ଆଉ ଏହି ଲମ୍ବା ସମୟ ମଧ୍ୟରେ ଏହା ପରିବେଶର କ୍ଷତି କରିଚାଲେ । ସଂପ୍ରତି ସାରା ବିଶ୍ୱରେ ବାର୍ଷିକ ପ୍ରାୟ ପୁଚାଶ ହଜାର କୋଟି ପଲିଥିନ୍ ମୁଣା ଫୋପଡ଼ାଯାଉଛି । ଏହାର ଅର୍ଦ୍ଧେକ କୌଣସି ନା କୌଣସି ବାଟରେ ସମୁଦ୍ରକୁ ଯାଉଛି । ପ୍ଲାସଟିକ୍ ପ୍ରଦୂଷଣ ଯୋଗୁଁ ବାର୍ଷିକ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀଙ୍କ ଅକାଳ ମୃତ୍ୟୁ ଘଟୁଛି । ମଣିଷ ମଧ୍ୟ ଏହା କବଳରୁ ମୁକ୍ତି ନୁହେଁ । ତେୟାନବେ ପ୍ରତିଶତ ଆମେରିକାନ୍ଙ୍କ ଶରୀରରେ ବିସ୍ଫିନୋଲ ଏ ତିଆରିରେ ବ୍ୟବହୃତର ଉପସ୍ଥିତି ଏହାର ପ୍ରମାଣ । । ଏହା ଦ୍ୱାରା ହରମୋନ ଭାରସାମ୍ୟ ନଷ୍ଟ ହେଉଥିବା ପ୍ରକାଶ ।