ରୋଟାରୀ କ୍ଲବର ପ୍ଲାଟିନମ୍ ଜୁବ୍ଲି ସମାରୋହ ସମାପନ ଉତ୍ସବ ଅନୁଷ୍ଠିତ

0

କଟକ: ବିଡ଼ାନାସୀ ସ୍ଥିତ ଜେ ପି ଏମ୍ ରୋଟାରୀ ଚକ୍ଷୁ ଚିକି୍ସାଳୟ ଓ ଗବେଷଣା କେନ୍ଦ୍ରର ସଭାଗୃହ ପାଙ୍ଗଣରେ ରୋଟାରୀ କ୍ଲବ ଅପ୍ କଟକ ର ପ୍ଲାଟିନମ୍ ଜୁବ୍ଲି ସମାରୋହ ସମାପନ ଉତ୍ସବ ପ୍ରତ୍ୟକ୍ଷ ଓ ଅନ୍ତର ଜାଳରେ ଅନୁଷ୍ଠିତ ହୋଇଥିଲା ସାମାଜିକ ଦୂରତା ବଜାଇ ରଖି । କ୍ଲବ ର ସଭାପତି ରୋଟାରିଆନ୍ ବିନ୍ଦୁ କୁମାର ଦାସ ଉତ୍ସବକୁ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ରୋଟାରିଆନ୍ ସମୀର କୁମାର ମିଶ୍ର ପରିଚାଳନା କରିଥିଲେ। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଅନ୍ତ ଜାତୀୟ ନିର୍ଦ୍ଦେଶକ ଡାକ୍ତର ଭରତ ପାଣ୍ଡିୟା ଅନ୍ତ ଜାଳରେ ଯୋଗ ଦେଇଥିଲେ ଏବଂ ସମ୍ମାନୀୟ ଅତିଥି ଭାବେ ରୋଟାରୀ ପ୍ରାନ୍ତପାଳକ ସୌମ୍ୟ ରଂଜନ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ପ୍ରତ୍ୟକ୍ଷ ଭାବେ ଯୋଗଦେଇ ଉତ୍ସବ ର ଗୌରବ ବଢାଇଲେ। ରୋଟାରୀ କ୍ଲବ ଆପ୍ କଟକ ର ସାପ୍ତାହିକ ପତ୍ରିକା ର ବିଶେଷ ସଂଚିକା ଏବଂ ସଭ୍ୟ ସୂଚୀ ପତ୍ରିକା ଉନ୍ମୋଚିତ ହୋଇଥିଲା। ମୁଖ୍ୟ ଅତିଥି ଙ୍କ ପରିଚୟ ପ୍ରଦାନ ପ୍ରାକ୍ତନ ସଭପତି ସୁଶାନ୍ତ ମହାନ୍ତି ଏବଂ ରୋଟାରୀଅନ୍ ମଞ୍ଜୁଶ୍ରୀ ପଟ୍ଟନାୟକ ସନ୍ମନୀୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ରୋଟାରୀ କମୁନିଟି କର୍ପ ବିରୂପା ସଭାପତି, ଶ୍ରୀ ବିଶ୍ବରଂଜନ ସାହୁ ଏବଂ ରୋଟାରୀୟାନ ଅଭିନାଶ ଖେମକା ଉଭୟଙ୍କୁ କରୋନା ସମୟରେ ନିଶ୍ୱର୍ଥପର ସାମାଜିକ ସେବା ପ୍ରଦାନ କରିଥିବାରୁ ଉଭୟଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।ରୋଟରିଆନ୍ ପ୍ରାକ୍ତନ ସଭାପତ ଡକ୍ଟର ସୁବାସିନୀ ଲେଙ୍କା ରାଷ୍ଟ୍ରୀୟ ନିର୍ମାଣ ସମ୍ମାନ ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ନାମ ଘୋଷଣା କରିଥିଲେ ଓ ଏହି ଅବସରରେ ଉକ୍ତ ୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ସଭାରେ ଗତ ସପ୍ତାହ ରେ ଜନ୍ମଦିନ ଓ ବିବାହ ବାର୍ଷିକି ପାଳନ କରିଥିବା ସଭ୍ୟ ମାନଙ୍କୁ ରୋଟାରୀୟନ୍ ଆଇ .ଶୁଭ୍ରମନ୍ୟମ କ୍ଲବ୍ ତରଫରୁ ଶୁଭେଚ୍ଛା ପ୍ରଦାନ କରିଥିଲେ, ଶେଷରେ ପ୍ରାକ୍ତନ ସଭାପତି ସୂର୍ୟ୍ୟ ପ୍ରସାଦ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ, ରୋଟାରୀଅନ୍ ସୁନ୍ୟେସ୍ଵର୍ ସ୍ୱାଇଁ ସଭାର ଉପସ୍ଥିତି ଘୋଷଣା କରିବା ପରେ ସଭାପତି ସଭା ସାଙ୍ଗ କରିଥିଲେ। ପ୍ରାରମ୍ଭରେ କ୍ଲବ୍ ତରଫରୁ ଏକ ଡାୟାଳିିସସ୍ ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଥିଲା।
କ୍ଲବ ର ସମସ୍ତ ସଭ୍ୟ ପ୍ରତ୍ୟକ୍ଷ ଓ ଜୁମ ଆପ୍ ମାଧ୍ୟମରେ ଯୋଗ ଦେଇଥିଲେ।