ମହିଳା ଭୋଟରଙ୍କୁ ଶାଢୀ ବାଣ୍ଟିବାକୁ ଶାସକ ଦଳର ଯୋଜନା ମାଡିବସିଲା ପୋଲିସ

0

ହିଞ୍ଜିଳି( ରଜନୀ କାନ୍ତ ପାତ୍ର)– ପୈାର ନିର୍ବାଚନରେ ଜିତିବା ପାଇଁ ଅଭିନବ ଉପାୟରେ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ ଏବଂ ରାଜନୈତିକ ଦଳ । ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରୁ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଦଳା ଏନଏସି ର ଖଦାଳ ସାହିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାଢୀ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ବିଜେପି ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ସାହିରେ କୋଦଳା ପୋଲିସ ଟିମ୍ ଚଢ଼ାଉ କରି ବହୁ ସଂଖ୍ୟକ ଶାଢୀ ଜବତ କରିବା ସହ ଜଣଙ୍କୁ ଥାନାକୁ ଉଠାଇ ଆଣିଥିବା ଜଣାପଡିଛି। ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ଏଭଳି ହୀନ ଉଦ୍ୟମ ଜଣେ ଠିକାଦାରଙ୍କ ପକ୍ଷରୁ କରାଯାଇଥିବା କୁହାଯାଉଛି।