ଦେଶର ଅର୍ଥନୀତି ପ୍ରଭାବିତ କରିବାକୁ ଚକ୍ରାନ୍ତ: ବିଜେପି

0

ନୂଆଦିଲ୍ଲୀ: ଆମେରିକୀ କମ୍ପାନୀ ହିଣ୍ଡନବର୍ଗର ନୂଆ ରିପୋର୍ଟକୁ ନେଇ ଚର୍ଚ୍ଚା ଭିତରେ ମାର୍କେଟ ରେଗୁଲେଟୋରୀ ସେବି ମୁଖ୍ୟଙ୍କୁ ନେଇ ଏଥିରେ ଆସିଥିବା ଆପତ୍ତିଜନକ ରିପୋର୍ଟ ଉପରେ ବିରୋଧୀ ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ବିଜେପି ତରଫରୁ ହୋଇଛି ପ୍ରତିଆକ୍ରମଣ । ବିଜେପି ନେତା ରବିଶଙ୍କର ପ୍ରସାଦ ସୋମବାର ଏକ ପ୍ରେସ କନଫେରେନ୍ସ କରି ହିଣ୍ଡନବର୍ଗ ଓ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ସେ ଜର୍ଜ ସରୋସଙ୍କ ନାଁ ନେବାକୁ ମଧ୍ୟ ଭୁଲି Zନାହାନ୍ତି । ଏହା ପୂର୍ବରୁ ଆଦାନୀ, ହିଣ୍ଡେନବର୍ଗ ମାମଲାକୁ ନେଇ ଚର୍ଚ୍ଚା ହୋଇଥିଲା ।

ତେବେ ବିଜେପି ରିପୋର୍ଟକୁ ନେଇ କହିଛନ୍ତି କି, ଏଥିରେ ଦେଶର ଅର୍ଥ ବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପକାଇବାକୁ ଚେଷ୍ଟା କରାଯାଇଛି । ସେ ସ୍ପଷ୍ଟ ରୂପେ କହିଥିଲେ କି, ଆମେରିକୀୟ ବ୍ୟବସାୟୀ ଜର୍ଜ ସରୋସ ଏହି ମାମଲାରେ କୌଣସି ସମ୍ପର୍କ ନାହିଁ । ଏସବୁ ଭାରତୀୟ ସେୟାର ବଜାରରେ ଅସ୍ଥିରତା ସୃଷ୍ଟି ପାଇଁ ଷଡଯନ୍ତ୍ର ।

ତେବେ ଆମେରିକାରେ ଅବସ୍ଥାପିତ ହିଣ୍ଡେନବର୍ଗ ସାରା ଦୁନିଆର ଆର୍ଥିକ ଅପରାଧ ଉପରୁ ପର୍ଦା ଉଠାଇବା ପାଇଁ ପରିଚିତ । ଏହା ପୂବ ର୍ରୁ ମଧ୍ୟ ଆଦାନୀ ଗ୍ରୁପକୁ ନେଇ ରିପୋର୍ଟ ପ୍ରକାଶ ପାଇଥିଲା ହିଣ୍ଡେନବର୍ଗରେ ।