ବିକଳାଙ୍ଗ ଅବସ୍ଥାରେ ବିଶ୍ୱଜିତ

0

ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି : ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ପଞ୍ଚାୟତ ଅଧୀନରେ ଥିବା ଗୁଣ୍ଡୁରିଗୁଡା ଗ୍ରାମର ମୀନକେତନ ସାହୁଙ୍କର ପୁଅ ବିଶ୍ୱଜିତ୍ ସାହୁ(୧୫)ରୁ ଶାରୀରିକ ବିକଳାଙ୍ଗ ଅଟେ। ବାପା ମୀନକେତନ, ମା ମୋହିନୀ କହିବା ଅନୁସାରେ ପୁଅ ବିଶ୍ଵଜିତ୍ ବିକଳାଙ୍ଗ ଅବସ୍ଥାରେ ଜନ୍ମ ହୋଇଥିଲେ । ଏଣୁ ବାପା,ମା ଦୁହେଁ ପୁଅର ଏପରି ଅବସ୍ଥା କୁ ଦେଖି ବିଭିନ୍ନ ପ୍ରକାର ଚିକିତ୍ସା କରାଇଥିଲେ। କିନ୍ତୁ ଚିକିତ୍ସା ପରେ ମଧ୍ୟ କିଛିବି ଫଳପ୍ରଦ ହୋଇନଥୀଲା। ପୁଅ କୁ ଭଲ କରିବାକୁ ଯାଇ ମୀନକେତନ ସର୍ବହରା ହୋଇପଡିଥିଲେ । ସେ ଜଣେ ଅଟୋ ଚାଳକ ହୋଇଥିବା ଯୋଗୁଁ ତାଙ୍କର ଆର୍ଥିକ ପରିସ୍ଥିତି ବହୁତ ଖରାପ ଅଟେ। ଯାହା ଫଳରେ ସେ ପୁଅର ଚିକିତ୍ସା କରିପାରୁନାହାନ୍ତି। ପୁଅଟି ଧୀରେ ଧୀରେ ମାନସିକ ବିକୃତି ହୋଇଥିବାର ଦେଖିବାକୁ ମିଳିଛି। ଏଣୁ ବାପା ମୀନକେତନ କହିବା କଥା ଯଦି ପୁଅର ଚିକିତ୍ସା ପାଇଁ ସରକାରୀ ସ୍ତରରେ ସହାୟତା ମିଳନ୍ତା ତାହାହେଲେ ତାଙ୍କର ଚିକିତ୍ସ ହୋଇ ପାରିଥାନ୍ତା।