ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋୱିନ ଗ୍ଲୋବାଲ କନ୍କ୍ଲେବକୁ ସମ୍ବୋଧିତ କରି କହିଛନ୍ତି, କରୋନା ଲଢେଇରେ ବୈଷୟିକ ଜ୍ଞାନର ଗୁରୁତ୍ୱ ରହିଛି । କରୋନା ବିରୋଧି ଲଢେଇକୁ ମଜବୁତ କରିବାକୁ କୋୱିନ ଆପକୁ ଜାନୁଆରୀ ୧୬ରେ ଆରମ୍ଭ କରାଯାଇଥିଲା । ଜୁଲାଇ ୧ ସୁଦ୍ଧା ଏହି ପ୍ଲାଟଫର୍ମରେ ୩୫ କୋଟିରୁ ଅଧିକ ଲୋକ ନାମ ପଞ୍ଜିକରଣ କରି ସାରିଛନ୍ତି । କନ୍କ୍ଲେବକୁ ସମ୍ବୋଧିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଭ୍ୟତା ସାରା ବିଶ୍ୱକୁ ଏକ ପରିବାର ମାନେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୋୱିନର ବିଭିନ୍ନ ସକାରାତ୍ମକ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି ।