ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଭବନରେ ପହଞ୍ଚି ଅପରେସନ ସିନ୍ଦୁର ନେଇ ଅବଗତ କରାଇଲେ । ଏୟାରଷ୍ଟ୍ରାଇକ ପ୍ରସଙ୍ଗ ଉପରେ ସୂଚନା ଦେଇଥିବା ଜଣାପଡିଛି । ଅନ୍ୟପଟେ ପୂର୍ୱରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ସିସିଏସ ପରେ କ୍ୟାବିନେଟ ବୈଠକ ଜାରି ରହିଥିଲା । ବୈଠକରେ ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ଥିଲେ ଏବଂ ତିନି ସେନାର ମୁଖ୍ୟ ମଧ୍ୟ ସାମିଲ ଥିଲେ । ସମସ୍ତ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ କରାଯାଇଛି । ଏନେଇ ଅର୍ଧସାମରିକ ବାହିନୀର ମୁଖ୍ୟଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଛୁଟିରେ ଥିବା ସମସ୍ତ ଯବାନଙ୍କୁ ତୁରନ୍ତ କାଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ । ନର୍ଥ ବ୍ଲକରେ ଅପରାହ୍ନ ୨ଟାରେ ବୈଠକ ହେବ । ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହେବ ଆଲୋଚନା । ଭିସିରେ ବୈଠକ କରିବେ ଅମିତ ଶାହ । ମୁଖ୍ୟ ଶାସନ ସଚିବ ଓ ଡିଜିପି ଉପସ୍ଥିତ ରହିବେ । ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଗୃହମନ୍ତ୍ରୀ । ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ସିକିମ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। ଏଥିରେ ଜମ୍ମୁ-କାଶ୍ମୀର ଏବଂ ଲଦାଖର ଉପରାଜ୍ୟପାଳମାନେ ମଧ୍ୟ ସାମିଲ ହେବେ।