ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରେ ମିଳିବ ପିଏମ କିଷାନ ଟଙ୍କା। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ୍ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା। ମହାରାଷ୍ଟ୍ରରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟ ମୋଦୀ ଟଙ୍କା ପଠାଇବେ ବୋଲି ସୂଚନା ।ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା। ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ପେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା।