ଖାତାକୁ ଗଲା ପିଏମ କିଷାନ ସମ୍ମାନ ନିଧି କିସ୍ତି ଟଙ୍କା

0

ଭୁବନେଶ୍ୱର : ଚାଷୀଙ୍କୁ ଖାତାକୁ ଆସିଲା ଟଙ୍କା । ଖାତାକୁ ଗଲା ପିଏମ କିଷାନ ସମ୍ମାନ ନିଧି କିସ୍ତି ଟଙ୍କା । ପିଏମ କିଷାନ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ।  ୧୯ ତମ କିସ୍ତି ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିଲା ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ । ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପିଏମ କିଷାନ ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି । ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ ।

୨୦୨୪ ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ରରୁ ୧୮ତମ କିସ୍ତି ପ୍ରଦାନ କରାଯାଇଥିବାବେଳେ ଆଜି ବିହାରରୁ ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ପିଏମ କିଷାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା ।