ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମହାକୁମ୍ଭ ସ୍ନାନ ପାଇଁ ପହଞ୍ଚି ସଙ୍ଗମରେ ବୁଡ ପକାଇଲେ । ପୂଜାର୍ଚ୍ଚନା ପରେ ଆସ୍ଥାର ବୁଡ ପକାଇଲେ । ବୁଡ ପକାଇଲା ବେଳେ ମନ୍ତ୍ର ଧ୍ୱନୀରେ କମ୍ପୁଥିଲା ଚର୍ତୁପାଶ୍ୱର୍ ।
ମୋଦୀଙ୍କ ଗସ୍ତ ପାଇଁ ସଙ୍ଗମ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ପ୍ରୟାଗରାଜରେ ପହଞ୍ଚି ପ୍ରଥମେ ନୌକାବିହାର କରିଥିଲେ । ବୁଡ଼ ପକାଇ ପରେ ଆଖଡା ସାଧୁସନ୍ଥଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି ।
ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ ରେ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଫେବୃଆରୀ ୨୬ ମହାଶିବରାତ୍ରି ପର୍ୟ୍ୟନ୍ତ ଚାଲିବ। ମହାକୁମ୍ଭ ହେଉଛି ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ । ସାରା ବିଶ୍ୱରୁ ଭକ୍ତ ଏଥିରେ ସାମିଲ ହେଉଛନ୍ତି।