ରିପୋର୍ଟର୍ସ ଟୁଡେ ବ୍ୟୁରୋ; ବାଇଡେନଙ୍କ ନେଇ ଦୁଃଖ ପ୍ରକାଶ କଲେ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନଷ୍ଟାଗ୍ରାମରେ ପୋଷ୍ଟ କରି ବାଇଡେନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ ପ୍ରୋଷ୍ଟେଟ୍ କର୍କଟ ରୋଗ ଚିହ୍ନଟ ହୋଇଛି। ବିଡେନଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ମଧ୍ୟ ବିଡେନଙ୍କ ଅସୁସ୍ଥତା ପାଇଁ ଦୁଃଖ ପ୍ରକାଶ କରିଛନ୍ତି।
ଅନ୍ୟପଟେ ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସ୍ ସୋସିଆଲ ମିଡିଆରେ ନିଜର ମତାମତ ସେୟାର କରି କହିଛନ୍ତି ଯେ ଜୋ ବିଡେନ ଜଣେ ଯୋଦ୍ଧା। ମୁଁ ଜାଣେ ଯେ ସେ ଏହି ସମସ୍ୟାକୁ ସେହି ଶକ୍ତି, କ୍ଷମତା ଏବଂ ଆଶାବାଦିତା ସହିତ ସମ୍ମୁଖୀନ କରି ପାରିବେ, ଯାହା ସଦା ତାଙ୍କର ଜୀବନ ଏବଂ ନେତୃତ୍ୱକୁ ପରିଭାଷିତ କରିଛି।