କେଦାରନାଥ ଗସ୍ତରେ ମୋଦି

ଦେଇଥିବା କଥା ରଖିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଦୁଇଦିନିଆ ଗସ୍ତରେ ଉତ୍ତରାଖଣ୍ଡରେ ଗସ୍ତରେ ମୋଦି । କେଦାରନାଥରେ ପହଞ୍ଚି ପାରମ୍ପରିକ ଢଙ୍ଗରେ ମହାଦେବଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ହିମାଚଳ ପ୍ରଦେଶରେ ହସ୍ତତନ୍ତ୍ର ଦ୍ୱାରା ବୁଣା ଯାଉଥିବା ପୋଷାକ ପରିଧାନ କରିଥିବାର ନଜର ଆସିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିଥିବା ଡ୍ରେସର ନାମ ହେଉଛି ଚୋଲା ଡୋରା । ପ୍ରଧାନମନ୍ତ୍ରୀ ଚାମ୍ବା ଭ୍ରମଣ ଗସ୍ତରେ ଥିବାହବେଳେ ତାଙ୍କୁ ହିମାଚଳ ପ୍ରଦେଶର ଜଣେ ମହିଳା ଚୋଲା ଡୋରା ଉପହାର ସ୍ୱରୂପରେ ଭେଟିଦେଇଥିବା ସୂଚନା ମିଳିଛି । ତେବେ ଉପହାରକୁ ଗ୍ରହଣ କରିବା ସମୟରେ ମୋଦି କଥା ସେ ମହିଳାଙ୍କୁ କଥା ଦେଇଥିଲେ । ଯେ ଯଦି କୌଣସି ଥଣ୍ଡା ପଡିଥିବା ସ୍ଥାନକୁ ସେ ଭ୍ରମଣ କରନ୍ତି ତେବେ ସେ ସୁନିଶ୍ଚିତ ମହିଳା ଦେଇଥିବା ପୋଷାକ ପରିଧାନ କରିବେ । ପ୍ରଧାନମନ୍ତ୍ରୀ ଦେଇଥିବା କଥା ରଖିଛନ୍ତି । ଆଜି ସେହି ପୋଷାକ ପିନ୍ଧି ନରେନ୍ଦ୍ର ମୋଦି କେଦାରନାଥଙ୍କ ଦର୍ଶନ କରିଛନ୍ତି ।

ସୂଚନାମୁତାବକ, କେଦାରନାଥ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୋଦି ବଦ୍ରିନାଥ ପରିଦର୍ଶନରେ ବାହାରିବେ । ପିଏମଓ କାର୍ଯ୍ୟାଳୟ ସୂଚନା ଅନୂଯାୟୀ, ମୋଦିଙ୍କର ଏହି ଗସ୍ତରେ ସେ ୩୪ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ । ଏହା ସହ କେଦାରନାଥ ସହ ସଂଯୋଗ କରୁଥିବା ରୋପୱେର ମୂଳଦୁଆ ପକାଇଛନ୍ତି । କେଦାରନାଥ ରୋପୱେ ପ୍ରାୟ ୯.୭ କିଲୋମିଟର ଲମ୍ବ ହେବ । ଏହା ଗୌରିକୁଣ୍ଡକୁ କେଦାରନାଥ ସହିତ ସଂଯୋଗ କରିବ । ତେବେ ରୌପୱେ ସମ୍ପୁନ୍ନ ପ୍ରସ୍ତୁତ ପରେ ଗୌରିକୁଣ୍ଡରୁ କେଦାରନାଥରେ ପହଞ୍ଚିବା ପାଇଁ ୬ରୁ ୭ ଘଣ୍ଟା ବଦଳରେ ମାତ୍ର ୩୦ ମିନିଟର ସମୟ ଲାଗିବ ।

ଜାଣନ୍ତୁ ରୌପୱେ କଣ?
ରୌପୱେ କହିଲେ ପରିବହନ । ଯାହାକି ଯାତ୍ରୀ କିମ୍ବା ମାଲ ପରିବହନ କରିବା ପାଇଁ ଏକ ମାର୍ଗ ଅଟେ ।