ସରିଲା ମହାକୁମ୍ଭମେଳା ୨୦୨୫ । ଭାବବିହ୍ବଳ ହୋଇ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୪୫ ଦିନଧରି ଚାଲିଥିବା ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଲାରେ କୋଟି କୋଟି ଭକ୍ତ ପ୍ରବିତ୍ର ମହାସ୍ନାନ କରିଥିଲେ । ଏହି ମହାକୁମ୍ଭର ସମାପନୀ ସମାରୋହ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ‘ଏକତାର ମହାଯଜ୍ଞ’ ବୋଲି କହିଥିଲେ ଏବଂ ଏହି ଦିବ୍ୟ କାର୍ୟ୍ୟକ୍ରମରେ ସାମିଲ ହେବା ପାଇଁ ସମସ୍ତ ଭକ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ବ୍ୟତୀତ, ସେ ଭକ୍ତମାନଙ୍କୁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ।
ତେବେ ପ୍ରଧାନମନ୍ତ୍ରୀ ନିଜର ସୋସିଆଲ ମିଡିଆରେ ତାଙ୍କର ଭାବନା ପ୍ରକାଶ କରିବା ସହ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି ‘ମୁଁ ଜାଣେ, ଏତେ ବଡ଼ କାର୍ୟ୍ୟକ୍ରମ ଆୟୋଜନ କରିବା ସହଜ ନଥିଲା।’ ମୁଁ ଗଙ୍ଗା ମାତାଙ୍କୁ ପ୍ରାର୍ଥନା କରୁଛିଟ୍ଟ ଯମୁନା ମାତାଙ୍କୁଟ୍ଟ ସରସ୍ୱତୀଙ୍କୁଟ୍ଟ ହେ ମାତା, ଯଦି ଆମ ପୂଜାରେ କୌଣସି ତ୍ରୁଟି ଅଛି, ତେବେ ଦୟାକରି ଆମକୁ କ୍ଷମା କରନ୍ତୁ। ମୋ ପାଇଁ ଈଶ୍ୱରଙ୍କ ସ୍ୱରୂପ ଜନସାଧାରଣ, ଯଦି ମୁଁ ଭକ୍ତମାନଙ୍କର ସେବା କରିବାରେ ବିଫଳ ହୋଇଛି, ତେବେ ମୁଁ ଜନସାଧାରଣଙ୍କଠାରୁ ମଧ୍ୟ କ୍ଷମା ପ୍ରାର୍ଥନା କରୁଛି।
ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି କହିଛନ୍ତି, ‘ଯେତେବେଳେ ୧୪୦ କୋଟି ଦେଶବାସୀଙ୍କ ବିଶ୍ୱାସ ଗୋଟିଏ ସ୍ଥାନରେ ଏକାଠି ହୁଏ, ସେହି ଦୃଶ୍ୟ ଅବିସ୍ମରଣୀୟ ହୋଇଯାଏ।’ ପ୍ରୟାଗରାଜରେ ମହାକୁମ୍ଭ ସମୟରେ ଆମେ ଏହି ଆଶ୍ଚର୍ୟ୍ୟଜନକ ଦୃଶ୍ୟ ଦେଖିଲୁ। ଏହି କାର୍ୟ୍ୟକ୍ରମ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ ବରଂ ଆମର ସାଂସ୍କୃତିକ ଏକତା ଏବଂ ଅଖଣ୍ଡତାର ପ୍ରତୀକ। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ‘ଯେତେବେଳେ ଏକ ରାଷ୍ଟ୍ର ଶତାବ୍ଦୀ ପୁରୁଣା ଦାସତ୍ୱ ମାନସିକତାକୁ ଭାଙ୍ଗି ଆଗକୁ ବଢ଼େ ଏବଂ ଏକ ନୂତନ ଆତ୍ମବିଶ୍ୱାସର ସହିତ ଖୋଲା ପବନରେ ନିଶ୍ୱାସ ନିଏ, ସେତେବେଳେ ସମାନ ଦୃଶ୍ୟ ଦେଖିବାକୁ ମିଳେ ଯେପରି ଆମେ ଏହି ମହାକୁମ୍ଭରେ ଦେଖିଥିଲୁ।’
ତେବେ ଏହି ମହାକୁମ୍ଭରେ ଚଳିତ ବର୍ଷ ୬୬.୨୧ କୋଟିରୁ ଅଧିକ ଭକ୍ତ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାର ଆଦିତ୍ୟନାଥ ସୂଚନା ଦେଇଛନ୍ତି । ଗତକାଲି ମହାକୁମ୍ଭର ଶେଷ ଦିନରେ ଯୋଗୀ ସରକାର ଭକ୍ତ ମାନଙ୍କ ଉପରେ ଗୋଲାପ ପାଖୁଡା ବର୍ଷା କରିଥିଲେ । ମହାକୁମ୍ଭ ସମୟରେ ଏଥିରେ ବହୁ ରାଜନେତା, ଅଭିନେତା, କ୍ରୀଡାବିତ୍, ଶିଳ୍ପପତି, ଏବଂ ଅଧ୍ୟାତ୍ମିକ ଗୁରୁଙ୍କ ସମେତ ଅନେକ ବିଶିଷ୍ଟ ଲୋକ ସାମିଲ ହୋଇଥିଲେ ।