ଆଜି ସୋମନାଥରେ ପାର୍ବତୀ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଗୁଜୁରାଟରେ ଆଜି ବହୁ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟର ସୋମନାଥ ମନ୍ଦିରରେ ୫ଟି ପରିଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ମୋଦି।

0

(ଗୁଜୁରାଟ) : ଗୁଜୁରାଟରେ ଆଜି ବହୁ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟର ସୋମନାଥ ମନ୍ଦିରରେ ୫ଟି ପରିଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ମୋଦି। ଏହି ଅବସରରେ ମୋଦି ସୋମନାଥ ମନ୍ଦିରରେ ପାର୍ବତୀ ମନ୍ଦିରର ଶିଳାନ୍ୟାସ କରିବେ।

ସୂଚନାନୁଯାୟୀ , ପାର୍ବତୀ ମନ୍ଦିର ନିର୍ମାଣ ପାଇଁ ୩୦ କୋଟି ବ୍ୟୟ ଅଟକଳ ହୋଇଛି। ଏହି ମନ୍ଦିରର ଗର୍ଭଗୃହ ୩୮୦ ସ୍କୋୟାର ମିଟର ରହିବ। ମନ୍ଦିରର ନୃତ୍ୟ ମଣ୍ଡପ ୧୨୫୦ ମିଟର ରହିବ। ଏହି ମନ୍ଦିରକୁ ସୋମପୁରା ସଲାତ ଶୈଳୀରେ ନିର୍ମାଣ କରାଯିବ। ଏହା ସହ ସୋମନାଥ ମନ୍ଦିର ପରିସରରେ ନିର୍ମିତ ଅହଲ୍ୟାବାଈ ମନ୍ଦିରର ଉଦ୍‌ଘାଟନ କରିବେ। ଏହି ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ଏହାକୁ ପୁନରୁଦ୍ଧାର କରାଯାଇଛି। ୩.୫ କୋଟି ଟଙ୍କା ବିନିଯୋଗରେ ଅହଲ୍ୟାବାଈ ମନ୍ଦିରକୁ ପୁନରୁଦ୍ଧାର କରାଯାଇଛି। ଏହି ମନ୍ଦିରକୁ ଇନ୍ଦୋରର ରାଣୀ ଅହଲ୍ୟାବାଈ ନିର୍ମାଣ କରିଥିଲେ। ତେବେ ଏହି ପୁରୁଣା ମନ୍ଦିରକୁ ସମ୍ପୂର୍ଣ୍ଣ ରୂପରେ ପୁର୍ନବିକଶିତ କରାଯାଇଛି।