ଗର୍ବା ଗୀତ ଲେଖି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ମୁମ୍ବାଇ : ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ପ୍ରତିଭା । ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଆଉ ଏକ ପ୍ରତିଭା । ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଲିଖିତ ଗର୍ବା ଗୀତ ୟୁଟୁବରେ ରିଲିଜ ହୋଇଛି । ଏହି ଗୀତକୁ ସମସ୍ତଙ୍କୁ ଖୁବ ପସନ୍ଦ କରିଛନ୍ତି । ଅଳ୍ପ ସମୟରେ ଲୋକ ପ୍ରିୟ ହୋଇଛି । ଏହି ଗୀତକୁ ଧ୍ଵନୀ ଭାନୁଶାଲି ଗାଇଥିବା ବେଳେ ତନିସ୍କ ବାଗଚି ଏହି ଗୀତ ପାଇଁ ସ୍ଵର ଦେଇଛନ୍ତି। ଏଥି ସହିତ, ଗର୍ବା ଗୀତର ନିର୍ମାତା ହେଉଛନ୍ତି ଜ୍ୟାକି ଭାଗ୍ନାନୀ । ଧ୍ୱନୀ ଏହି ପ୍ରୋଜେକ୍ଟରେ ସାମିଲ୍‌ ହୋଇ ଅତ୍ୟନ୍ତ ଆନନ୍ଦିତ । ଏହାକୁ ଉପସ୍ଥାପନ କରିବାର ସୌଭାଗ୍ୟ ପାଇଥିବାରୁ ସେ ନିଜକୁ ଗର୍ବିତ ମନେ କରୁଛନ୍ତି।

ଧ୍ଵନୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି । ଏକ ପୋଷ୍ଟରେ ସେ ଲେଖିଛନ୍ତି, “ନରେନ୍ଦ୍ର ମୋଦୀ ଜୀ, ତନିସ୍କ ବାଗ୍‌ଚିଙ୍କୁ ଏବଂ ମତେ ଆପଣଙ୍କ ଦ୍ୱାରା ଲିଖିତ ‘ଗର୍ବା’ ବହୁତ ପସନ୍ଦ ଆସିଲା। ଆମେ ଏକ ତାଜା ଲୟ, ରଚନା ଏବଂ ସ୍ୱାଦ ସହିତ ଏକ ଗୀତ ତିଆରି କରିବାକୁ ଚାହୁଁଥିଲୁ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏହି ସୁନ୍ଦର ଗୀତରେ ନବରାତ୍ରୀ ପର୍ବ ବିଷୟରେ କୁହାଯାଇଛି । ଯାହା ବିଭିନ୍ନ ରାଜ୍ୟରୁ ଲୋକଙ୍କୁ ସଂସ୍କୃତି ଏବଂ ପରମ୍ପରାକୁ ଗ୍ରହଣ କରିବାରେ ଏକଜୁଟ କରିଥାଏ। ନବରାତ୍ରୀଙ୍କ ଗୋଟିଏ ଦିନ ପୂର୍ବରୁ ପିଏମ ମୋଦୀଙ୍କ ଦ୍ୱାରା ଲେଖାଯାଇଥିବା ଗାରବା ଗୀତ ମୁକ୍ତିଲାଭ କରିଛି। ଗୁଜୁରାଟର ସଂସ୍କୃତିର ଗର୍ବ ଏବଂ ଐତିହ୍ୟ ଗର୍ବା ଗୀତରେ ପ୍ରଦର୍ଶିତ ହୋଇଛି ।