ଜାନୁଆରୀ ୭ ତାରିଖରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୮ରେ ବିମାନ ବନ୍ଦରରେ ପହଞ୍ଚି ସିଧା ରାଜଭବନ ଯିବେ । ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯିବେ । ରାଜ ଭବନରେ ରାତ୍ରୀ ଯାପନ କରିବେ ପ୍ରଧାନମନ୍ତ୍ରୀ । ୯ ତାରିଖରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ହେବେ ସାମିଲ । ଜନତା ମଇଦାନ କାର୍ଯ୍ୟକ୍ରମରେ ହେବେ ସାମିଲ । ସକାଳ୯.୪୫ ରେ ରାଜଭବନରୁ ବାହାରିବେ । ୯.୫୫ ମିନିଟରେ ଜନତା ମଇଦାନରେ ପହଞ୍ଚିବେ । ସେଠାରେ ଦେଢ ଘଣ୍ଟା ଧରି ରହିବେ । ୧୦ ଟା ରୁ ୧୧ଟା ୩୦ ଯାଏଁ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବେ ।
୨୦୨୫ ଜାନୁଆରୀ ୮ରୁ ୧୦ ଯାଏ ସ୍ଥାନୀୟ ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସରେ ପ୍ରାୟ ୫୦୦୦ ଅଂଶଗ୍ରହଣକାରୀ ଭାଗନେବେ। କାର୍ୟ୍ୟକ୍ରମର ବିଭିନ୍ନ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହିର୍ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଦେଶବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗଦେବେ।