ସରକାରୀ ଅଫିସରେ ବାବୁଗିରି ନୁହେଁ ଗାନ୍ଧୀଗିରି ଚଳିବ: ନରେନ୍ଦ୍ର ମୋଦି

0

(ଶୁଭସ୍ମିତା ଦାଶ) : ସରକାରୀ କାର୍ଯ୍ୟାଳୟରେ ଆଉ ଚଳିବନି ଦାଦାଗିରି । ଏବେ ଗାନ୍ଧୀଗିରିରେ କାର୍ଯ୍ୟାଳୟ ଚାଲିବ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ସମ୍ମିଳନୀରେ ଆୟୋଜିତ ସ୍ୱଚ୍ଛତା ସମ୍ମଳନିରେ ଉପସ୍ଥିତ ରଖି ମୋଦି କହିଛନ୍ତି । ଆଜି ଦେଶ ପାଳନ କରୁଛି ୧୫୦ ତମ ଗାନ୍ଧୀ ଜୟନ୍ତୀ । ଏହି ପରିପେକ୍ଷୀରେ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ସ୍କୁଲ ଓ କଲେଜରେ ଗାନ୍ଧୀଙ୍କ ସମ୍ପର୍କରେ ଆଲୋକପାତ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ଭବନରେ ସ୍ୱଚ୍ଛତା ସମ୍ମଳନୀର ଆୟୋଜନ କରାଯାଇଥିଲା । ମୋଦି ଆହୁରୀ ମଧ୍ୟ କହିଛନ୍ତି ଆମେ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକଜୁଟ ହେବା ଦରକାର । ମହାତ୍ମା ଗାନ୍ଧୀ କହିଥିଲେ ମୁଁ ସ୍ୱାଧୀନତା ଓ ସ୍ୱଚ୍ଛତାରୁ ପ୍ରଥମେ ସ୍ୱଚ୍ଛତାକୁ ଚୟନ କରବି । ସେ ୧୯୪୫ରେ ଗ୍ରାମୀଣ ସ୍ୱଚ୍ଛତା ଉପରେ ମଧ୍ୟ ଜୋର ଦେଉଥିଲେ । ସ୍ୱଚ୍ଛତା ଅଭିଯାନରେ ଦୁନିଆର ସବୁଠାରୁ ବଡ଼ ଆନ୍ଦୋଳନ । ୨୦୧୪ ପୂର୍ବରୁ ଗ୍ରାମୀଣ ସ୍ୱଚ୍ଛତା ୩୮ ପ୍ରତିଶତ ଥିଲା, ଯାହା ଏବେ ୯୪ ପ୍ରତିଶତ ହୋଇଯାଇଛି । ଭାରତରେ ଖୋଲାରେ ମଳତ୍ୟାଗ କରୁଥିବା ଗାଁ ସଂଖ୍ୟା ଆଜି ୫ ଲକ୍ଷରୁ ଅଧିକ । ଭାରତର ୨୫ ରାଜ୍ୟ ଖୋଲାରେ ମଳତ୍ୟାଗ ମୁକ୍ତ ହୋଇସାରିଛି । ୪ ବର୍ଷ ପୂର୍ବେ ଖୋଲାରେ ମଳତ୍ୟାଗ କରୁଥିଲେ ୬୦ ପ୍ରତିଶତ ଭାରତୀୟ, ଯାହା ଏବେ ୨୦ ପ୍ରତିଶତକୁ କମିଛି । ଏଥିରୁ ଜଣାପଡ଼ୁଛି ଲୋକ ଧୀରେ ଧୀରେ ମଧ୍ୟ ସଚେତନ ହେଲେଣି । ଏହା ବ୍ୟତୀତ ମୋଦି କହିଛନ୍ତି ଦେଶରେ ଯେତିକି ଶୌଚାଳୟ ନିର୍ମାଣ ହୋଇଛି ସେଥିରୁ ପ୍ରାୟ ୯୦ ପ୍ରତିଶତ ବ୍ୟବହାର ହେଉଛି । ଏହି କାର୍ୟ୍ୟକ୍ରମରେ ଅନେକ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ସ୍ୱଚ୍ଛତା ପରି ମହତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା ପାଇଁ ଦୁନିଆର ଅନେକ ଦେଶ ଆଜି ଏକାଠି ହୋଇଛନ୍ତି ।