(ଭାରତ ): ଆଜି ହେଉଛି ପବିତ୍ର ପର୍ବ ହୋଲି । ଯେଉଁଦିନ ରଙ୍ଗ ସହ ମତୁଆଲା ହୁଅ ସାରା ଦେଶ । ନାଲି , କଳା , ଧଳା ଭଳି ବିଭିନ୍ନ ରଙ୍ଗରେ ରଙ୍ଗିତ ହୁଅନ୍ତି ଦେଶବାସୀ । ଶତ୍ରୁକୁ ଭୁଲି ଆପଣାର ହୁଅନ୍ତି ସମସ୍ତେ ଏଇ ହୋଲି ବାହାନାରେ । କିନ୍ତୁ ଶେଷ ଥର ପରି, ଏଥର ମଧ୍ୟ ଆମର ଶତ୍ରୁ ମଣିଷ ନୁହେଁ, ବରଂ ଏକ ଅଦୃଶ୍ୟ ଭୂତାଣୁ । ଏହି ଭୂତାଣୁ ଦ୍ୱିତୀୟ ଥର ପାଇଁ ମୁଣ୍ଡ ଉଠାଇବା ଆରମ୍ଭ କରିଛି, ତେଣୁ ଶତ୍ରୁ ହୋଲି ଦିନରେ ବନ୍ଧୁମାନଙ୍କୁ ଆଲିଙ୍ଗନ କରିଥାଏ ଏହାକୁ ଦୃଷ୍ଟିରେ ରଖି ଆମକୁ ସତର୍କ ହେବାକୁ ପଡିବ । ହୃଦୟରେ ଉତ୍ସାହ ଏବଂ କରୋନାକୁ ଧ୍ୟାନରେ ରଖି ଉତ୍ସବକୁ ସମ୍ପୂର୍ଣ୍ଣ ସତର୍କତାର ପାଳନ କରିବା । ଭାରତର କୋଣ ଅନୁକୋଣରେ ଏହି ପର୍ବ ବେଶ୍ ଧୁମଧାମ୍ରେ ପାଳିତ ହୋଇଥାଏ । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଆପଣ ସମସ୍ତଙ୍କୁ ହୋଲି ଅବସରରେ ଅଶେଷ ଶୁଭକାମନା। ଆନନ୍ଦ, ଉତ୍ସହ, ହର୍ଷ, ଉଲ୍ଲାସ, ଆଶାର ଏହି ପର୍ବ ସମସ୍ତଙ୍କ ଜୀବନରେ ନୂଆ ଉର୍ଜା ସଞ୍ଚାର କରୁ।
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ଵିଟ୍ କରି ଲେଖିଛନ୍ତି ଯେ, ହୋଲି ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା। ରଙ୍ଗର ପର୍ବ ଆପଣ ସମସ୍ତଙ୍କ ଜୀବନରେ ହର୍ଷ ଏବଂ ଉଲ୍ଲାସ ସହ ଉତ୍ତମ ସ୍ଵାସ୍ଥ୍ୟ ଏବଂ ସମୃଦ୍ଧି ଆଣୁ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଶବାସୀଙ୍କୁ ହୋଲି ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ରଙ୍ଗ, ହର୍ଷ, ଉଲ୍ଲାସ, ଆଶାର ପର୍ବ ହୋଲି ଅବସରରେ ହାର୍ଦ୍ଦିକ ଶୁଭକାମନା। ରଙ୍ଗର ଏହି ପର୍ବ ନବ ଉର୍ଜା ସଞ୍ଚାର କରି ଆମ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟରେ ପରିପୂର୍ଣ୍ଣ କରୁ।