୧୦୦ ତମ ଜନ୍ମ ଦିନରେ ମାଆଙ୍କୁ ପୂଜା କଲେ ମୋଦି

0

ଗୁଜୁରାଟ : ଆଜି ୧୦୦ ବର୍ଷ ବୟସରେ ପାଦ ରଖିଲେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ଗାନ୍ଧିନଗରେ ପହଞ୍ଚି ମାଆଙ୍କ ଆର୍ଶୀବାଦ ନେଇଛନ୍ତି । ମାଆଙ୍କ ପାଦ ଧୋଇ ପୂଜା କରିଛନ୍ତି ମୋଦି । ଏହା ସହ ତାଙ୍କ ପାଦ ଧୂଆ ପାଣିକୁ ଆଖିରେ ଲଗାଇଛନ୍ତି । ଏସବୁ ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ପ୍ରକାଶ କରିଛି । ଏହା ସହ ମାଆଙ୍କୁ ଏକ ସାଲ ମଧ୍ୟ ଉପହାର ଦେଇଛନ୍ତି । ମାଆଙ୍କ ୧୦୦ ତମ ଜନ୍ମଦିନରେ ଆଜି ପାବାଗଡର କାଳି ମନ୍ଦିରରେ ପୂଜା ଅର୍ଚ୍ଚନା ବି କରିବେ ।

ହୀରାବେନଙ୍କ ଜନ୍ମ ୧୮ ଜୁନ, ୧୯୨୩ରେ ହୋଇଥିଲା । ହେଲେ ସବୁଠୁ ବଡ କଥା ହେଲା ପ୍ରତିଦିନ ମୋଦିଙ୍କ ମା ଯୋଗ କରିଥାନ୍ତି । ଏଣୁ ୧୦୦ ବର୍ଷ ବୟସ ହୋଇଥିଲେ ମଧ୍ୟ ମା ହୀରାବେନ ସୁସ୍ଥ ଅଛନ୍ତି । ଆଉ ଯୋଗ ହିଁ ତାଙ୍କୁ ସୁସ୍ଥ ରଖିଛି । ତାଙ୍କ ଜନ୍ମ ଦିନରେ ଆର୍ଶୀବାଦ ନେବା ସହ ନିଜ ଟ୍ୱିଟରରେ ଅନେକ ଫୋଟୋ ମଧ୍ୟ ସେୟାର କରିଛନ୍ତି ମୋଦି ।

ସେପଟେ ୨ ଦିନିଆ ଗୁଜୁରାଟ ଗସ୍ତ କରିଛନ୍ତି ପ୍ରଧନମନ୍ତ୍ରୀ । ଏହି ଅବସରରେ ମୋଦିଙ୍କ ର ଆଜି ଗୁଜରାଟରେ ଅନେକ କାର୍ୟ୍ୟକ୍ରମରେ ଭାଗନେବାର ରହିଛି । ବିଶେଷ କରି  ପାୱାଗଡ଼ ପାହାଡ଼ରେ ଦେବୀ ମା କାଳୀଙ୍କ ନିକଟରେ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ । ଏହି ସମୟରେ ମନ୍ଦିରରେ ୫୦୦ ବର୍ଷ ପରେ ଧ୍ୱଜାରୋହଣ କାର୍ୟ୍ୟକ୍ରମ ଆୟୋଜନ ହେଉଛି ।