ଶନିବାର ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

The Prime Minister will visit Tamil Nadu and Karnataka on Saturday

0

ନୂଆଦିଲ୍ଲୀ: ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ । ଏବଂ ୧୨ ତାରିଖରେ ଆନ୍ଧପ୍ରଦେଶ ଓ ତେଲେଙ୍ଗାନା ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଖବର ଅନୁଯାୟୀ ୧୧ ତାରିଖ ସକାଳ ୯.୪୫ ରେ ପ୍ରଧାନମନ୍ତ୍ରୀ ସାଧୁ କବି କାନାକା ଦାସଙ୍କ ପ୍ରତିମୂର୍ତ୍ତି ଏବଂ ବେଙ୍ଗାଲୁରର ବିଧାନ ସୌଧରେ ମହର୍ଷି ବାଲ୍ମିକୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ । ସରକାରୀ ଘୋଷଣା ଅନୁଶାରେ ଦୀନ ୧୦, ୨୦ ସମୟରେ ବେଙ୍ଗାଲୁର କେଏସଆର ରେଳ ଷ୍ଟେସନରେ ପତକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନର ଶୁଭାରମ୍ଭ କରିବେ ମୋଦି ।

୧୧.୩୦ ମିନିଟ ସମୟରେ ବେଙ୍ଗଲୁରୁ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲ୍-୨ ଉଦଘାଟନ କରିବେ । ଏହାପରେ ମଧ୍ୟାହ୍ନ ୧୨ଟା ସମୟରେ ବେଙ୍ଗାଲୁରୁ ବିମାନ ବନ୍ଦର ଠାରେ ନଦପ୍ରଭୁ କେମ୍ପେଗୌଡ଼ାଙ୍କ ୧୦୮ ଫୁଟ ଉଚ୍ଚର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ବେଙ୍ଗାଲୁରୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବନାରସୀ ପଗଡିଏହାପରେ ଅପରାହ୍ନ ୩.୩୦ ମିନିଟ ସମୟରେ ତାମିଲନାଡୁର ଦିଣ୍ଡିଗୁଲରେ ଗାନ୍ଧୀଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର ୩୬ ତମ ସମାରୋହରେ ଯୋଗଦେବେ ।

ତେବେ ଆସନ୍ତା ୧୨ ତାରିଖରେ ପ୍ରଧାମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଗସ୍ତ କରିବାର କାର‌୍ୟ୍ୟକ୍ରମ ରହିଛି । କାର୍ଯ୍ୟସୂଚୀ ଅନୁସାରେ, ୧୨ ତାରିଖ ସକାଳ ୧୦.୩୦ ମିନିଟ ସମୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏକାଧିକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନ ୩.୩୦ ମିନିଟ ସମୟରେ ମୋଦି ତେଲେଙ୍ଗାନାର ରାମାଗୁଣ୍ଡମରେ ଥିବା ଆରଏଫସିଏଲ ପ୍ଲାଣ୍ଟ ପରିଦର୍ଶନ କରିବେ । ଏହାପରେ ୪.୧୫ରେ ପ୍ରଧାନମନ୍ତ୍ରୀ ରାମଗୁଣ୍ଡମ୍ ଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ ।