ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ରେ ଆବେଦନ ଅବଧି ବୃଦ୍ଧି କରାଯାଇଛି। ଖରିଫ ଋତୁ ୨୦୨୪ ଲାଗି ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ଚଗୠଈଣ) ଆବେଦନ ଅବଧି। । ପୂର୍ବରୁ ଏହି ଯୋଜନାର ଅବେଦନ କରିବାର ଅବଧି ଥିଲା ଜୁଲାଇ ୩୧ ତାରିଖ। ତେବେ ଆଉ ୧୦ ଦିନ ବଢାଇ ଅଗଷ୍ଟ ୧୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି।
କେବଳ ଓଡ଼ିଶାର ଚାଷୀମାନଙ୍କ ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ ସମୟୀସୀମା ବଢ଼ାଇଛନ୍ତି କେନ୍ଦ୍ର ସରକାର। ଚଳିତ ଖରିଫ ଋତୁ ଚାଷ ପାଇଁ କଟ୍ ଅଫ ମଧ୍ୟ ବୃଦ୍ଧି କରାଯାଇଛି। ସର୍ବାଧିକ ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସମବାୟ ଆୟୁକ୍ତଙ୍କ ନିକଟକୁ ଚିଠି କରାଯାଇଛି।